ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ

add-all

କଟକ: ପାରିବାରିକ କଳହର କରୁଣ ପରିଣତି। ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ। କଟକ ଜିଲ୍ଲା ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଖିରିଖିଆ ଗାଁରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବର୍ଜୁ ବଦରା। ଏହି ଘଟଣାରେ ବଡ଼ ଭାଇକୁ ଅଟକ ରଖିଛି ପୁଲିସ।

ବର୍ଜୁ ମଦ ପିଇ ଆସି ନିଜ ସ୍ତ୍ରୀ ସହ ଝଗଡ଼ା କରିବା ସହ ମାରପିଟ୍ କରୁଥିଲା। ସାନ ଭାଇ ସ୍ତ୍ରୀର ଚିତ୍କାର ଶୁଣି ବଡ଼ ଭାଇ ଦୌଡ଼ି ଯାଇଥିଲେ। ମାରପିଟ୍ ନ କରିବା ପାଇଁ ସାନ ଭାଇକୁ କହିଥିଲେ। ହେଲେ ସାନ ଭାଇ ବଡ଼ ଭାଇର କଥା ଶୁଣିନଥିଲା। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ବଡ଼ ଭାଇ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ର ଆଣି ସାନ ଭାଇକୁ ହାଣି ଦେଇଥିଲା।

ଘଟଣାସ୍ଥଳରେ ସାନ ଭାଇର ଜୀବନ ଚାଲିଯାଇଥିଲା। ଗୁରୁଡିଝାଟିଆ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣା ତଦନ୍ତ କରୁଛି।

ad-week
Leave A Reply

Your email address will not be published.