ଦେଶର ସ୍ବତନ୍ତ୍ରତାକୁ ନେଇ କଥା ଉଠିଲେ କାହାକୁ ବି ଛଡ଼ାଯିବନି: ବାଂଲାଦେଶ

add-all

ଢାକା: ବାଂଲାଦେଶ ଇସ୍ପନ ପୁଣ୍ଡରୀକ ଧାମ ସାଧୁ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଢାକା‌ ବିମାନ ବନ୍ଦରରେ ଗିରଫ କରାଯିବା ପରେ ଭାରତର ବୟାନକୁ ନେଇ ଏବେ ପ୍ରତିକ୍ରିୟା ପ୍ରକାଶ କରିଛି ବାଂଲାଦେଶ। ‌ଜବାବରେ ବାଂଲାଦେଶର ମହମ୍ମଦ ୟୁନୁସଙ୍କ ଅନ୍ତରିମ ସରକାରରେ ଯୁବା ଏବଂ ଖେଳ ମନ୍ତ୍ରାଳୟର ପରାମର୍ଶଦାତା କହିଛନ୍ତି କି ଚିନ୍ମୟ କୃଷ୍ଣ ଦାସଙ୍କୁ ହିନ୍ଦୁ ସମୁଦାୟର ନେତା ଭାବେ ନୁହେଁ, ବରଂ ଦେଶଦ୍ରୋହ ଅଭିଯୋଗରେ ଗିରଫ କରାଯାଇଛି।

ମଙ୍ଗଳବାର ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପରାମର୍ଶଦାତା ଆସିଫ ମହମ୍ମଦ କହିଛନ୍ତି, ‘‘ସରକାର ବାଂଲା‌ଦେଶର ସ୍ବତନ୍ତ୍ରତାର କ୍ଷତି କରୁଥିବା କୌଣସି ବି ଦେଶଦ୍ରୋହ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏଭଳି କାମରେ ନିୟୋଜିତ ଥିବା କେଉଁ ବି ଲୋକଙ୍କୁ ଛଡ଼ାଯିବ ନାହିଁ।’’

ଏପଟେ ବୈଦେଶିକ ବ୍ୟପାର ମନ୍ତ୍ରାଳୟ ଏକ ବିବୃତି ଜାରି କରି କହିଛି ଯେ ‘‘ବାଂଲାଦେଶର ହିନ୍ଦୁ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ, ଡକାୟତି, ଚୋରି, ଭଙ୍ଗାରୁଜା ତଥା ଧାର୍ମିକ ସ୍ଥାନଗୁଡିକର ଅପମାନ ଭଳି ଘଟଣା ଘଟିବାରେ ଲାଗିଛି।’’

ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ବ୍ୟାପକ ରାଜନୈତିକ ହିଂସା ଲାଗି ରହିଥିବାବେଳେ ସଂଖ୍ୟାଲଘୁ ଅଧିକାରକୁ ନେଇ ଅସ‌ନ୍ତୋଷ ତେଜିଛି।

ସଂଖ୍ୟାଲଘୁ ହିନ୍ଦୁଙ୍କ ପାଇଁ ନ୍ୟାୟିକ ସୁରକ୍ଷା ଦାବି  ସହ ଏକ ସଂଖ୍ୟାଲଘୁ  ମନ୍ତ୍ରାଳୟ ଦାବି କରି ଢାକାଠାରୁ ୩୦୦ କିମି ଦୂରରେ ଅବସ୍ଥିତ ରଙ୍ଗପୁରରେ ହିନ୍ଦୁ ସମ୍ପ୍ରଦାୟ ନେତୃତ୍ବରେ ଆନ୍ଦୋଳନ ଚାଲିଥିଲା। ଏହି ଘଟଣା ପରେ ସେ ଗିରଫ ହୋଇଛନ୍ତି। ଏହି ଖବର ମିଳିବା ପରେ ଇସ୍କନ ମୁଖପାତ୍ର ରାଧାରମଣ ଦାସ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ଢାକା ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଟ୍ୟାଗ୍‌ କରି ଲେଖିଛନ୍ତି, ଏବେ ମୁଁ ଖବର ପାଇଲି ଯେ ହିନ୍ଦୁ ସନ୍ଥ ଏବଂ ବାଂଲାଦେଶୀ ସଂଖ୍ୟାଲଘୁଙ୍କର ଜଣେ ପ୍ରମୁଖ ନେତା ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଏଭଳି ଏକ ଜଟିଳ ସମୟରେ ଢାକା ପୁଲିସ ଗିରଫ କରି ଏକ ଅଜ୍ଞାତ ସ୍ଥାନକୁ ନେଇଯାଇଛି।  

ad-week
Leave A Reply

Your email address will not be published.