୧.୧ ବିଲିୟନ୍‌ ଡଲାର୍‌ ଦାନ କଲେ କୋଟିପତି ନିବେଶକ ୱାରେନ୍‌ ବଫେଟ୍‌

add-all

ନୂଆଦିଲ୍ଲୀ: କୋଟିପତି ନିବେଶକ ୱାରେନ୍‌ ବଫେଟ୍‌ ନିଜ ସଂପତ୍ତି ଦାନ କରି ଅନେକ ସମୟରେ ଚର୍ଚ୍ଚାର ପରିସର ଭିତରକୁ ଆସୁଥିବା ବେଳେ ନିକଟରେ ସେ ପୁଣି ଅନେକ ଫାଉଣ୍ଡେସନକୁ ଆଉ ୧.୧ ବିଲିୟନ ଡଲାର୍ ଦାନ କରିଛନ୍ତି।

ଏହି ପଦକ୍ଷେପ ତାଙ୍କର ଦୀର୍ଘ ଦିନର ପ୍ରତିବଦ୍ଧତାକୁ ଜାରି ରଖିଛି। ନକିଟରେ ଏକ ଚିଠି ଜରିଆରେ ସେ ତାଙ୍କ ପରେ ତାଙ୍କ ସଂପତ୍ତି କ’ଣ ହେବ ସେ ନେଇ ବକ୍‌ସାୟର ହାଥ୍‌ୱେ ସେୟାର୍‌ହୋଲ୍‌ଡର୍‌ସକୁ ସୂଚୀତ କରିଛନ୍ତି। 

୯୪ ବର୍ଷୀୟା ଏହି କୋଟିପତି ଜୀବନର ଭବିଷ୍ୟବାଣୀ ଉପରେ ଏକ ଗଭୀର ବ୍ୟକ୍ତିଗତ ପ୍ରତିଫଳନ ପ୍ରଦାନ କରି ତାଙ୍କ ଦେହାନ୍ତ ପରେ ତାଙ୍କ ସମ୍ପତ୍ତି ବଣ୍ଟନ ପାଇଁ ବିସ୍ତୃତ ଯୋଜନା କରିଛନ୍ତି।

ବଫେଟ୍ ୧,୬୦୦ କ୍ଲାସ୍ ଏ ସେୟାରକୁ ୨,୪୦୦,୦୦୦ କ୍ଲାସ୍ ବି ସେୟାରରେ ରୂପାନ୍ତର କରିବାକୁ ଘୋଷଣା କରିଥିଲେ। ଯାହା ଚାରୋଟି ଫାଉଣ୍ଡେସନ୍‌କୁ ଦାନ କରାଯାଇଛି। ସେହି ଫାଉ‌ଣ୍ଡେସନ୍‌ଗୁଡ଼ିକ ନିମ୍ନରେ ଉଲ୍ଲେଖ କରାଯାଇଛି।

ଦ ସୁଜାନ୍ ଥମ୍ପସନ୍ ବଫେଟ୍ ଫାଉଣ୍ଡେସନ୍ (୧,୫୦୦,୦୦୦ ସେୟାର)
ଦ ସେର୍‌ଉଡ୍‌ ଫାଉଣ୍ଡେସନ୍ (୩୦୦,୦୦୦ ସେୟାର)
ଦ ହାୱାର୍ଡ ଜି ବଫେଟ୍ ଫାଉଣ୍ଡେସନ୍ (୩୦୦,୦୦୦ ସେୟାର)
ଦ ନୋଭୋ ଫାଉଣ୍ଡେସନ୍ (୩୦୦,୦୦୦ ସେୟାର)

ସେ ନିଜର ସଂପତ୍ତିକୁ ଦାନ କରିବା ପରେ ବକ୍‌ସାୟର ହାଥ୍‌ୱେ ସେୟାର୍‌ହୋଲ୍‌ଡର୍‌ରୁ ପ୍ରାୟ ୫୭ ପ୍ରତିଶତ ସେୟାର ଦାନ କରି ଦେଇଥିବା ସୂଚନା ରହିଛି।

ad-week
Leave A Reply

Your email address will not be published.