ପୁଣି ହିନ୍ଦୁଙ୍କ ଉପରେ ଅତ୍ୟାଚାର, ଗିରଫ ହେଲେ ଆଉ ୨ ଇସ୍କନ ସାଧୁ

add-all

ବାଂଲାଦେଶରେ ସୁଧୁରୁନି ସ୍ଥିତି। ଏଠାରେ ଅଳ୍ପସଂଖ୍ୟକଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ହିନ୍ଦୁମାନଙ୍କୁ ଟାର୍ଗେଟ୍‌ କରାଯାଉଛି। ସେମାନଙ୍କ ଘରେ ଆକ୍ରମଣ କରାଯାଉଛି। ଏଥିସହ ତାଙ୍କୁ ଗିରଫ କରାଯାଉଛି। ଏହାକୁ ନେଇ ବ୍ୟାପକ ବିରୋଧ ପ୍ରଦର୍ଶନ ଭିତରେ ଆଉ ଦୁଇ ଜଣ ଇସ୍କନ ସାଧୁଙ୍କୁ ଗିରଫ କରାଯାଇଛି। ଏନେଇ ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ ଚେତନା (ISKCON) କୋଲକାତା ମୁଖପାତ୍ର ରାଧାରମଣ ଦାସ ଦାବି କରିଛନ୍ତି।

ସେ କହିଛନ୍ତି ଯେ, ବାଂଲାଦେଶ ପୁଲିସ ଇସ୍କନର ଆଉ ଦୁଇ ବ୍ରହ୍ମଚାରୀଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି। ଚିନ୍ମୟ ପ୍ରଭୁଙ୍କୁ ଭେଟିବାକୁ ଦୁଇ ଜଣ ସାଧୁ ଜେଲ୍‌ ଯାଇଥିଲେ। ସେମାନେ ଫେରିବା ପରେ ତାଙ୍କୁ ଗିରଫ କରାଯାଇଛି। ଚିନ୍ମୟ ପ୍ରଭୁଙ୍କ ସଚିବ ବି ନିଖୋଜ ଅଛନ୍ତି। ଦୟାକରି ତାଙ୍କ ପାଥଁ ପ୍ରାର୍ଥନା କରନ୍ତୁ ବୋଲି ସେ ନିବେଦନ କରିଛନ୍ତି।

ଗିରଫ ଦୁଇ ଜଣ ସାଧୁ ହେଲେ ରୁଦ୍ରପ୍ରୋତି କେଶବ ଦାସ ଓ ରଙ୍ଗାନାଥ ଶ୍ୟାମ ସୁନ୍ଦର ଦାସ। ଏମାନେ ଦୁଇ ଜଣ ଚିନ୍ମ ଦାସ ପ୍ରଭୁଙ୍କୁ ଖାଦ୍ୟ, ମେଡିସିନ୍‌ ଓ ଟଙ୍କା ଦେବା ପାଇଁ ଜେଲ୍‌ ଯାଇଥିଲେ। ସେଠାରୁ ଫେରିବା ପରେ ଉଭୟଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।  

ବାଂଲାଦେଶ ସ୍ଥିତ ସନାତନ ଜାଗରଣ ଜ୍ୟୋତର ମୁଖପାତ୍ର ଚିନ୍ମୟ ଦାସଙ୍କୁ ସୋମବାର ଢ଼ାକା ସ୍ଥିତ ହଜରତ ଶାହାଜାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ରାଲିରେ ଭାଗ ନେବାକୁ ଯାଉଥିବା ବେଳେ ଗିରଫ କରାଯାଇଥିଲା। ମଙ୍ଗଳବାର ଚଟଗାଁଓ କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରି ଜେଲକୁ ପଠାଇ ଦେଇଥିଲା। ଏପରେ ବାଂଲାଦେଶରେ ହିନ୍ଦୁମାନେ ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ। ବ୍ୟାପକ ହିଂସାତ୍ମକ ସ୍ଥିତି ଉପୁଜିଥିଲା।

ad-week
Leave A Reply

Your email address will not be published.