ଏଡସ୍ ରୋଗୀଙ୍କୁ ନେଇ ବଢୁଛି ଚିନ୍ତା, ରାଜ୍ୟରେ ୫୦ ହଜାର ଲୋକ ଆକ୍ରାନ୍ତ

add-all

ଭୁବନେଶ୍ଵର: ଆଜି ବିଶ୍ଵ ଏଡସ୍ ଦିବସ । ଚଳିତବର୍ଷର ଥିମ୍ ରହିଛି ‘ଅଧିକାର ସଠିକ୍‌ ମାର୍ଗ ଅନୁସରଣ’। ତେବେ ରାଜ୍ୟରେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଏଡସକୁ ନେଇ ସାମାନ୍ୟ ଆଶ୍ଵସ୍ତ ହୋଇଥିଲେ ମଧ୍ୟ ଏଯାବତ୍ ରାଜ୍ୟରେ ୫୦ ହଜାର ଲୋକ ଏଡସ୍ ରୋଗରେ ଆକ୍ରାନ୍ତ । ଯାହାକୁ ନେଇ ଏବେ ଚିନ୍ତା ବଢିଛି । ୪ ଜିଲ୍ଲାରେ ସ୍ଥିତି ଗମ୍ଭୀର ରହିଛି। ତେବେ ରିପୋର୍ଟ ଅନୁସାରେ ପ୍ରତି ୭୦୦ରେ ଜଣେ ଏଡସ୍ ଆକ୍ରାନ୍ତ ହେଉଥିବା ଜଣାପଡିଛି।

ସେପଟେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କହିବା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସକ୍ରିୟ ଏଡସ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ରହିଛି । ଏଥିମଧ୍ୟରୁ ଗଞ୍ଜାମ ଜିଲାରେ ସର୍ବାଧିକ ୨୦ ହଜାର ଏଡସ୍ ରୋଗୀ ଥିବାବେଳେ ସୁବର୍ଣ୍ଣପୁରରେ ସର୍ବନିମ୍ନ ୧୫୦ ଏଡସ୍ ରୋଗୀ ଅଛନ୍ତି। ତେବେ ପୂର୍ବ ପରି ଏବେ ରାଜ୍ୟରେ ଆଉ ଏଡସ୍ ରୋଗୀ ବିଶେଷ ଚିହ୍ନଟ ହେଉନାହାଁନ୍ତି। ୨୦୩୦ ସୁଦ୍ଧା ରାଜ୍ୟରେ ଯେପରି କେହି ଏଡସ୍ ଆକ୍ରାନ୍ତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, ୨୦୦୨ରୁ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ରାଜ୍ୟରେ ୧,୦୨,୫୭,୩୦୦ ନମୁନା ପରୀକ୍ଷା କରାଯାଇଥିବା‌ବେଳେ ସେଥିମଧ୍ୟରୁ ୬୩,୪୩୭ ସଂକ୍ରମିତ ହୋଇଛନ୍ତି। ତେବେ ଏଡସ୍ କୁ ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର । ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବ୍ୟାପକ ସଚେତନତା କାର୍ଯ୍ୟ କରାଯାଉଛି। ବିଭିନ୍ନ ମହାବିଦ୍ୟାଳୟରେ ରେଡରିବନ କ୍ଲବ ସହିତ ଏନଜିଓ ସଂସ୍ଥା ମଧ୍ୟ କାର୍ଯ୍ୟ କରୁଛି। ଏହାଛଡା ଟୋଲ ଫ୍ରି ନମ୍ବର ୧୦୯୭ ନମ୍ବର ଜାରି କରାଯାଇଛି।

ad-week
Leave A Reply

Your email address will not be published.