ଉଦଘାଟିତ ହେଲା ବିଶ୍ବ ପ୍ରସିଦ୍ଧ କୋଣାର୍କ ଉତ୍ସବ

add-all

କୋଣାର୍କ: ଉଦଘାଟିତ ହୋଇଛି ୩୫ ତମ କୋଣାର୍କ ଉତ୍ସବ । ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ସବକୁ ଉଦଘାଟନ କରିଛନ୍ତି। ଆଉ ଉଦଘାଟନ ସହ ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହୋଇଛି ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ ଗୀତର ଆସର । ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ, ଭରତ ନାଟ୍ୟମ ଏବଂ କୁଚିପୁଡ଼ି ନୃତ୍ୟର ଆନନ୍ଦ ନେବେ ଦେଶ ବିଦେଶରୁ ଆସିଥିବା ହଜାର ହଜାର ଦର୍ଶକ। 

ସେହିଭଳି କୋଣାର୍କ ଉତ୍ସବ ସହିତ ୧୪ତମ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮ଟି ଦେଶର ୧୩୦ ଜଣ କଳାକାର ଭାଗ ନେଇଛନ୍ତି। ପ୍ରଥମ ଦିନରେ ଓଡ଼ିଆ ଅସ୍ମିତା, ସହିତ ନାରୀ ସଶକ୍ତିକରଣକୁ ବାଲୁକାକଳା ମାଧ୍ୟମରେ ଚିତ୍ର ପଦର୍ଶିତ କରାଯାଇଛି। ନିଜେ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସଡର ସୁଦର୍ଶନ ପଟ୍ଟନାୟକ ଉପସ୍ଥିତ ରହିଛନ୍ତି । ଆଗକୁ ନ୍ୟାଭିଡେ ଥିବାରୁ ଚଳିତ ବର୍ଷ ଅଧିକରୁ ଅଧିକ ପର୍ଯ୍ୟଟକ ବୁଲି ଆସିବେ ବୋଲି ଅନୁମାନ କରାଯାଉଛି। 

ad-week
Leave A Reply

Your email address will not be published.