ଶଙ୍ଖ ଛାଡି ପଦ୍ମ ଧରିଲେ ରଘୁପତି ମହାନ୍ତି

add-all

ବଡମ୍ବା: ବଡମ୍ବାରେ ବିଜେଡି ଗଡକୁ ମିଳିଛି ବଡ ଝଟକା । ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ବଡମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି । ସକାଳୁ ସକାଳୁ ଶଙ୍ଖ ଦଳ ଛାଡିଥିଲେ ରଘୁପତି । ଆଉ ଘଣ୍ଟାଏ ନବିତୁଣୁ ନିଜର ପଟୁଆର ସହ ପଦ୍ମ ହାତରେ ହାତ ମିଶାଇଛନ୍ତି ।

ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ମିଶ୍ରଣ ପର୍ବ ଆୟୋଜିତ ହୋଇଥିବା ବେଳେ ଏଥିରେ ରଘୁପତି ମହାନ୍ତିଙ୍କ ସମେତ ତାଙ୍କର କେତେକ ସମର୍ଥକ ବି ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏଥିରେ ଉପସ୍ଥିତ ରହି ବିଜେଡି ଛାଡ଼ିଥିବା ନେତାମାନଙ୍କୁ ଦଳରେ ସାମିଲ କରିଛନ୍ତି।

ତେବେ ଆଜି ସକାଳେ ବିଜେଡି ଛାଡିଥିଲେ କଟକ ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି । ସକାଳୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଦେଇ ଦଳ ଛାଡିଥିଲେ ।

ad-week
Leave A Reply

Your email address will not be published.