କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ସପ୍ତମ ଅଭିଯୁକ୍ତ ଗିରଫ

add-all

କଟକ: କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣା । ବିଶାଖାପାଟଣାର ଏକ ଚା ଦୋକାନରୁ ସପ୍ତମ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଯୁବକ ଜଣଙ୍କ ନୟାଗଡ଼ର ହୋଇଥିବା ବେଳେ ଘଟଣା ପରେ ଫେରାର ଥିଲେ । ଶେଷରେ ଯୁବକଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ ।

ସୂଚନାଯୋଗ୍ୟ,  ଗତ ଦଶହରା ସଦର ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କ ଜନ୍ମଦିନ ପାଳିବାକୁ ପୁରୁଷ ବନ୍ଧୁ ଆଶୁତୋଷ ତାଙ୍କୁ ପୁରୀ ଘାଟ ଥାନା ଅଞ୍ଚଳକୁ ନେଇଥିଲେ । ସେଠାରେ ଆଶୁତୋଷ ସେହି ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ଏହି ସମୟର ଦୃଶ୍ୟ ଆଶୁତୋଷର ଆଉଜଣେ ବନ୍ଧୁ ରେକର୍ଡ କରିନେଇଥିଲା। ଏହି ଭିଡିଓକୁ ଯୁବତୀଙ୍କୁ ଦେଖାଇ ପରବର୍ତ୍ତୀ ସମୟରେ ଯୁବତୀଙ୍କୁ ବ୍ଲାକମେଲ୍ କରିଥିଲେ ୭ଜଣ ଅଭିଯୁକ୍ତ। ଯୁବତୀଙ୍କୁ ଦଶହରା ପରେ ବାରଙ୍ଗ ଅଞ୍ଚଳର ଆଉ ଜଣେ ବନ୍ଧୁ ସୌମ୍ୟ ଘରକୁ ନେଇଯାଇଥିଲେ। ସେଠାରେ ୭ ଜଣ ଯୁବକ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ଏହାକୁ ପୁଣି ମୋବାଇଲରେ ରେକର୍ଡ କରିନେଇଥିଲେ। ଏହିପରି ଭାବରେ ଅଭିଯୁକ୍ତମାନେ ବ୍ଲାକମେଲ୍ କରି ଯୁବତୀଙ୍କୁ ବିଭିନ୍ନ ସ୍ଥାନକୁ ଡାକୁଥିଲେ। ପରେ ଏନେଇ ବାଦାମବାଡ଼ି ଥାନାରେ ଅଭିଯୋଗ କରିଥିଲେ ପୀଡିତା ଏବଂ ତାଙ୍କ ପରିବାର ଲୋକ । ଏହି ଘଟଣାର ତଦନ୍ତ କରି ୬ଅଭିଯୁକ୍ତଙ୍କୁ ପୂର୍ବରୁ ପୋଲିସ ଗିରଫ କରିଥିବା ବେଳେ ଏବେ ୭ମ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।

ad-week
Leave A Reply

Your email address will not be published.