ସରକାରୀ ଜମିରେ ଘର ହୋଇଥିଲେ ଚଢିବ ବୁଲ୍‌ଡୋଜର

add-all

ଭୁବନେଶ୍ବର : ଯେଉଁମାନେ ସରକାରୀ ଜମିକୁ ଜବର ଦଖଲ କରି ବଡ଼ ଅଟାଳିକା କରିଛନ୍ତି, ହାଇକୋର୍ଟ ରହିତାଦେଶ ଉଠିବା ପରେ ଚଢ଼ିବ ବୁଲଡଜର। ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।
ଗରିବଙ୍କୁ ପଟ୍ଟା ପ୍ରଦାନ ନେଇ ମନ୍ତ୍ରୀ କହିଛନ୍ତି, ଗରିବ ଲୋକଙ୍କୁ ପଟ୍ଟା ସହିତ ପକ୍କା ଘର ଦିଆଯିବ। ପ୍ରତି ଶନିବାର ଭୂମିହୀନଙ୍କୁ ଜମି ଦେବା ପାଇଁ ତହସିଲଦାର ଓ ବିଡ଼ିଓଙ୍କ ବୈଠକ ବସିବ। ହିତାଧିକାରୀଙ୍କୁ ପଟ୍ଟା ଓ ଜମି ସହିତ ପକ୍କାଘର ଯୋଗାଇବେ ବିଡ଼ିଓ। ଏ ସରକାର ସମୟରେ ଜଣେ ହେଲେ ଭୂମିହୀନ ରହିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ୭୦% ଶିକ୍ଷାନୁଷ୍ଠାନର ନିଜସ୍ୱ ଜମି ନାହିଁ। ଡିସେମ୍ବର ୩୦ ସୁଦ୍ଧା ସବୁ ସ୍କୁଲକୁ ଜମି ଦିଆଯିବ। ସବୁ ତହସିଲ ଅଫିସକୁ ଦୁର୍ନୀତି ମୁକ୍ତ କରିବା ପାଇଁ ରେଜିଷ୍ଟ୍ରାସନ୍‌ ଅଫିସକୁ ସ୍ମାର୍ଟ ସର୍ଭିଲାନ୍ସ ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ଏଭଳି ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ୍‌ ଆରଆଇ ଅଫିସରେ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି।
ଗୃହରେ ପାରିତ ହେଲା ରାଜସ୍ୱ ବିପର୍ଯୟ ପରିଚାଳନା ବିଭାଗର ୨୦ କୋଟି ୨୨ ଲକ୍ଷ ୫୩ ହଜାର କୋଟି ଟଙ୍କା। ଏହାସହ ଅନୁସୂଚିତ ଜାତି, ଜନଜାତି ବିଭାଗର ଖର୍ଚ୍ଚ ଦାବି ଗୃହରେ ପାରିତ ହୋଇଛି। ଅବଶିଷ୍ଟ ବିଭାଗର ଖର୍ଚ୍ଚ ଦାବି ମଧ୍ୟ ଗୃହରେ ପାରିତ ହୋଇଛି।

ad-week
Leave A Reply

Your email address will not be published.