ଦରଦାମ ବୃଦ୍ଧି ନେତା ଓ ମନ୍ତ୍ରୀ ମାନଙ୍କୁ ବାଧୁନି..!

youtube

ମହଙ୍ଗା ମାଡ଼ ଏବେ ବଜାରକୁ ଗଲେ ପକେଟ ଖାଲି …!

ବ୍ରହ୍ମପୁର: ଗତ ଛମାସ ହେଲା ପ୍ରତେକ ସାମଗ୍ରୀ ର ହୁଁ ହୁଁ ହୋଇ ବଢ଼ି ଚାଲିଛି। ଖାଉଟି ବିଚରା ବେହାଲ ସରକାରଙ୍କ ଖୁଷହାଲ ବୋଲି ଲୋକେ କହିଲେଣି। ରାଜ୍ୟ ବାସୀଙ୍କ ଗୃହରେ ଦରବୃଦ୍ଧି ଯୋଗୁଁ ଆଳୁ ମହଜୁଦ ରଖିବାର ଅଭିଶାପ ହେଲା। ପ୍ରଥମେ ଆଳୁ ଦର ବୃଦ୍ଧି ତାପରେ ଟମାଟ, ପିଆଜ, ପନିପରିବା ସାଙ୍ଗକୁ ତେଲ, ଅଟା, ଜାଇ ବିଭିନ୍ନ ଖାଦ୍ୟ ସାମଗ୍ରୀ ଦର ଆକାଶ ଛୁଆଁ ହୋଇଛି। ବିଭାଗୀୟ ମନ୍ତ୍ରୀ କେତେବେଳେ କାହାର ପରାମର୍ଶ ନେଇ କଣ କହୁଛନ୍ତି,ତାହା ଲୋକେ ପଣା ବୋଲି ପିଉ ନାହାନ୍ତି, ପାଣି ବୋଲି ଫିଙ୍ଗି ପାରୁନଥିବା ସବୁ ବର୍ଗର ଲୋକେ ଏବେ କହିଲେଣି। ଦରଦାମ ବୃଦ୍ଧି ଓ ଆଳୁ କୁ ନେଇ ବିଧାନସଭା ରେ ତର୍କ ବିତର୍କ ହେଲେ ବି ସରକାର ଚେତୁନଥିବା ଯୋଗୁଁ ସାଧାରଣ ଜନତା ଙ୍କମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି। ଶହେ ଟଙ୍କା ଧରି ବଜାର କୁ ଗଲେ ଆଳୁ କିଲେ ପିଆଜ କିଲେ ମିଳୁନି। ପ୍ରଶାସନିକ ଅଧିକାରୀ କେବଳ କଟକ ଓ ଭୁବନେଶ୍ୱର ରେ ଧର୍ମକୁ ଆଖି ଠାର ଭଳି କେମେରା ଆଗରେ ଚଢ଼ାଉ ଜାରି ରଖିବା ଦେଖିବାକୁ ମିଳୁଛି। କେତେକ ନିର୍ବାଚିତ ପ୍ରତିନିଧି ମାନେ କେବଳ ସେମାନଙ୍କ ପିସି ଫିକ୍ସ କରିବା ରେ ବ୍ୟସ୍ତ ରହୁଥିବା ବିଭିନ୍ନ ଚା ଖଟିରେ ଚର୍ଚ୍ଚା ହେଉଛି। ଚାରିଆଡେ ଆଲୋଚନା ହେଲାଣି ପ୍ରଧାନମନ୍ତ୍ରୀ ଦୁଇ ଦୁଇ ଥର ଆସି ଦଳର ନେତା ମାନଙ୍କୁ କି ଗୁରୁ ମନ୍ତ୍ର ଦେଇ ଯାଉଛନ୍ତି। ହେଲେ ନା ଦରଦାମ ରେ ସୁଧାର ଆସିଛି ନା ନେତା ମାନେ ସୁଧୀରି ଛନ୍ତି ବୋଲି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏବେ ବିଭିନ୍ନ ଜିଲ୍ଲାରେ ନିଜ ବୋଲ ମାନୁଥିବା ଶୁଆ, ଶାରୀଙ୍କୁ ଆଣି ବିଭିନ୍ନ ବିଭାଗ ରେ ଥଇଥାନ କରି ସବୁ କ୍ଷେତ୍ରରେ ଫିକ୍ସିଙ୍ଗ ଚାଲିଥିବା ବରୋଧୀ କହିଲେଣି। ଡ଼ବଲ ଇଞ୍ଜିନି ସରକାର ଡ଼ବଲ ଦୁଃଖ ଦେଇଛି, ଆଗକୁ ସମୟ କହିବ ଡ଼ବଲ ଇଞ୍ଜିନି ଗଡିବ ନା ନାହିଁ।

Leave A Reply

Your email address will not be published.