ପାରିବାରିକ କଳହର ଉଗ୍ରରୂପ; ଛୁଆ ପରେ ଚାଲିଗଲା ମା’ର ଜୀବନ

add-all

କଟକ : ପାରିବାରିକ କଳହ ନେଲା ଉଗ୍ରରୂପ। ନିଆଁରେ ପୋଡ଼ି ହୋଇ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ୨ ମାସ ଛୁଆର ମୃତ୍ୟୁ ଘଟିଥିବା ବେଳେ ଆଜି ଚାଲିଗଲା ମା’ର ଜୀବନ। କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଆତୋଡାରେ ଏହି ଘଟଣା ଘଟିଛି। ମୃତକ ହେଲେ ସୂଚିସ୍ମିତା ମହାନ୍ତି ଓ ତାଙ୍କର ୨ ମାସର ଝିଅ। ପୁଲିସ ମୃତ ମହିଳାଙ୍କ ସ୍ୱାମୀ ଶୁଭରଂଜନ ଲେଙ୍କାଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଅଭିଯୋଗ ଅନୁସାରେ, ଗତକାଲି କୌଣସି କଥାକୁ ନେଇ ସୂଚୀସ୍ମିତା ଓ ତାଙ୍କ ଶାଶୁଙ୍କର ଝଗଡ଼ା ହୋଇଥିଲା। ପରେ ସୂଚୀସ୍ମିତା ଓ ୨ ମାସ ଝିଅ ନିଆଁରେ ଜଳି ଯାଇଥିଲେ। ପରିବାର ଲୋକେ ମା’ ଝିଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଗତପୁରରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଶିଶୁ କନ୍ୟାଟିର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଛୁଆଟି ଜୀବନ ଚାଲିଯାଇଥିବା ବେଳେ ଆଜି ସୂଚୀସ୍ମିତାଙ୍କ ମୃତ୍ୟୁ ଘଟିଛି।
ମା’ଝିଅଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ଶାଶୁ ଘର ଲୋକେ ମା’ ଝିଅଙ୍କ ଦେହରେ ନିଆଁ ଲଗାଇ ଦେଇଥିବା ସୂଚୀସ୍ମିତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.