ଦେବଗଡ଼: ରେଙ୍ଗାଳୀ ଡ୍ୟାମରୁ କଲରାପତରିଆ ବାଘର ମୃତ ଦେହ ଠାବ

add-all

ଦେବଗଡ଼: ରେଙ୍ଗାଳୀ ଡ୍ୟାମ ଜଳ ଭଣ୍ଡାର ମଧ୍ୟରୁ କଲରାପତରିଆ ବାଘର ମୃତଦେହ ଠାବ। ଦେବଗଡ ଜିଲ୍ଲା ରିଆମାଳ ରେଞ୍ଜ ନୂଆଡିହି ସେକ୍ସନ ଅନ୍ତର୍ଗତ କଣ୍ଠିମାଳ ଗ୍ରାମ ନିକଟରେ ପାଣିରେ ଭାସୁଥିବା ଅବସ୍ଥାରେ କଲରାପତରିଆ ବାଘର ମୃତଦେହ ଠାବ କରାଯାଇଛି। 

ସୂଚନା ଅନୁଯାୟୀ, ଗୁରୁବାର   ମତ୍ସ୍ୟଜୀବୀ ମାନେ ରେଙ୍ଗାଳୀ ଡ୍ୟାମରେ ମାଛ ମାରୁଥିବା ବେଳେ ବାଘର ମୃତଦେହ ଭାସୁଥିବାର ଦେଖି ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଦେବଗଡ ଡିଏଫଓ ମଗର ଧାନଜୀ ରାଓ ଅଧିକାରୀ ଓ କର୍ମଚାରୀ ମାନଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପାଣି ମଧ୍ୟରୁ ମୃତଦେହ ବାହାରକୁ ଆଣିବାକୁ ପ୍ରୟାସ ଚାଲିଛି। ମୃତଦେହ ଉଦ୍ଧାର ଓ ବ୍ୟବଚ୍ଛେଦ ପରେ ବାଘ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।

ସୂଚନାେଯୋଗ୍ୟ, ଗତକାଲି ସମ୍ବଲପୁର ପ୍ରାଣୀ ଉଦ୍ୟାନରେ କଲରାପତରିଆ ବାଘ ରାଣୀର ମୃତ୍ୟୁ ହୋଇଥିଲା। ଗର୍ଭାଶୟରେ ହୋଇଥିବା ସଂକ୍ରମଣ ଯୋଗୁଁଁ ଶରୀରର ବିଭିନ୍ନ ଅଙ୍ଗ ପ୍ରଭାବିତ ହୋଇ ରାଣୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଗତ ୩ ବର୍ଷରେ ରାଜ୍ୟରେ ୪୩ କଲରା ପତରିଆ ବାଘଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ଘଟିଥିବା ଗୃହରେ ସୂଚନା ଦେଇଥିଲେ ରାଜ୍ୟ ସରକାର।

ad-week
Leave A Reply

Your email address will not be published.