କୃଷି ଓ କୃଷକର ଉନ୍ନତି ବିନା ଦେଶର ଉନ୍ନତି ସମ୍ଭବ ନୁହେଁ: ରାଷ୍ଟ୍ରପତି

add-all

ଭୁବନେଶ୍ବର : କୃଷି ଉତ୍ପାଦନରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓୟୁଏଟି)ର ଯଥେଷ୍ଟ ଅବଦାନ ରହିଛି। ଆମ ସଂସ୍କୃତି, ପରମ୍ପରା ଏବଂ ଜୀବନ ଜୀବିକାର ଆଧାର ହେଉଛି କୃଷି କାର୍ଯ୍ୟ। ତେଣୁ କୃଷି ଏବଂ କୃଷକଙ୍କ ଉନ୍ନତି ବିନା ଦେଶର ଉନ୍ନତି ସମ୍ଭବ ନୁହେଁ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଗୁରୁବାର ଓୟୁଏଟିର ୪୦ ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେଇ ଦୀକ୍ଷାନ୍ତ ଭାଷଣ ଦେବା ଅବସରରେ ଏହା କହିଥିଲେ।
ରାଷ୍ଟ୍ରପତି କହିଥିଲେ, ବିଗତ ଦଶନ୍ଧିରେ ଭାରତ କୃଷି ଉତ୍ପାଦନରେ ଅଦ୍ଭୂତପୂର୍ବ ସଫଳତା ହାସଲ କରିଛି। ବର୍ତ୍ତମାନ ଭାରତ ଅନ୍ୟ ଦେଶକୁ କୃଷିଦ୍ରବ୍ୟ ରପ୍ତାନୀ କରୁଛି। କେନ୍ଦ୍ର ସରକାର ଜାତୀୟ ପ୍ରାକୃତିକ କୃଷି ମିଶନ ଆରମ୍ଭ କରିଛନ୍ତି। କୃଷି କାର୍ଯ୍ୟ ପାଇଁ ଦେଶରେ ବ୍ୟାପକ ସୁଯୋଗ ରହିଛି ବୋଲି କହିଥିଲେ। ଓୟୁଏଟି ସମ୍ପର୍କରେ ରାଷ୍ଟ୍ରପତି କହିଥିଲେ, ରାଷ୍ଟ୍ର ଗଠନରେ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କର ଅବଦାନ ରହିଛି। ଦେଶ ବିଦେଶରେ ବହୁ ଛାତ୍ରଛାତ୍ରୀ ପ୍ରତିଷ୍ଠା ଅର୍ଜନ କରିଛନ୍ତି।

ad-week
Leave A Reply

Your email address will not be published.