କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇପିଏସ୍ କୁଟ୍ଟେ

add-all

ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରେ ଗଲେ ବିବାଦୀୟ ଆଇପିଏସ ଅଧିକାରୀ ଡି.ଏସ୍‌ କୁଟ୍ଟେ। ବିବାଦୀୟ ଆଇପିଏସ୍ ଆଶିଷ ସିଂ ପରେ ଏବେ କୁଟ୍ଟେଙ୍କୁ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇଛି। ବିଏସ୍ଏଫ୍ ଆଇଜି ଭାବେ ସେ ଡେପୁଟେସନରେ ଯିବେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବଙ୍କୁ ଚିଠି କରାଯାଇଛି। ଏବେ ଗୃହ ବିଭାଗର ଓଏସ୍‌ଡି ଅଛନ୍ତି ଡି.ଏସ୍‌ କୁଟ୍ଟେ।

୧୯୯୭ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଡିଏସ୍‌ କୁଟ୍ଟେଙ୍କୁ ଚଳିତ ନିର୍ବାଚନ ଗତିବିଧିରେ ସକ୍ରିୟ ଥିବା ଅଭିଯୋଗରେ ନିଲମ୍ବନ କରାଯାଇଥିଲା। ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସଚିବ ଡି ଏସ୍ କୁଟ୍ଟେ ସାଧାରଣ ନିର୍ବାଚନ ସମୟରେ ନିଲମ୍ବିତ ହୋଇଥିଲେ। ପରେ ନିଲମ୍ବନ ଉଠିବା ପରେ କୁଟ୍ଟେଙ୍କୁ ଓଏସ୍‌ଡି ଭାବେ ଗୃହ ବିଭାଗ ପକ୍ଷରୁ ନିଯୁକ୍ତି ଦିଆଯାଇଥିଲା। ଏବେ ତାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇଛନ୍ତି ରାଜ୍ୟ ସରକାର।

ad-week
Leave A Reply

Your email address will not be published.