ପଣ୍ୟ କାରବାରରେ ରେକର୍ଡ କଲା ପାରାଦ୍ୱୀପ ବନ୍ଦର

add-all

ପାରାଦୀପ: ପାରାଦୀପ ବନ୍ଦରରେ ରେକର୍ଡ ଭାଙ୍ଗିଲା ପଣ୍ୟ କାରବାର। ଦେଶର ସବୁ ବନ୍ଦର ମଧ୍ୟରେ ଦ୍ରୁତତମ ପଣ୍ୟ କାରବାର କରି ପୁଣି ରେକର୍ଡ କରିଛି ପାରାଦ୍ୱୀପ ବନ୍ଦର l ଲଗାତର ୮ ବର୍ଷ ଧରି ୧୦୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର ଅତିକ୍ରମ କଲା ପାରାଦ୍ଵୀପ ବନ୍ଦର ।

ତେବେ ଗତବର୍ଷ ତୁଳନାରେ ୪ ମିଲିୟନ ମେଟ୍ରିକ୍ ଟନ୍ ଅଧିକ ପଣ୍ୟ କାରବାର କରିବା ସହିତ ୯ ଦିନ ପୂର୍ବରୁ ୧୦୦ ଏମ‌ଏମଟି ଅତିକ୍ରମ କରିଛି ବନ୍ଦର । ଚଳିତ ଆର୍ଥିକ ବର୍ଷରେ ୧୫୦ ମିଲିୟନ ମେଟ୍ରିକ୍ ଟନ୍ ଅତିକ୍ରମ କରିବା ଲକ୍ଷ୍ୟ ରହିଥିବା ବନ୍ଦର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।

ଗତ ଆର୍ଥିକ ବର୍ଷରେ ୧୪୫.୩୮ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରିଥିଲା ବନ୍ଦର। ଗତବର୍ଷ ଠାରୁ ପାରାଦ୍ଵୀପ ବନ୍ଦର କାଣ୍ଡଲା ପୋର୍ଟ କୁ ପଛରେ ପକାଇ ୧ ନମ୍ବର ମେଜର ପୋର୍ଟର ମାନ୍ୟତା ହାସଲ କରିଛି। ଏହି ସଫଳତା ପାଇଁ ବନ୍ଦରର କର୍ମଚାରୀ, ଷ୍ଟକ୍ ହୋଲ୍ଡର ଓ ଷ୍ଟିଭେଡୋର ମାନଙ୍କୁ ଧନ୍ୟବାଦ୍ ଦେଇଛନ୍ତି ବନ୍ଦର ଅଧ୍ୟକ୍ଷ ପି ଏଲ ହାରାନାଦ।

ସୂଚନାଯୋଗ୍ୟ ଯେ ଚଳିତବର୍ଷର ପ୍ରଥମ ୪ ମାସରେ ୫୦.୧୬ ନିୟୁତ ଟନ୍ ପଣ୍ୟ କାରବାର କରିଥିଲା ପାରାଦୀପ ବନ୍ଦର l ପୂର୍ବରୁ ଲଗାତର ପ୍ରଥମ ହେଉଥିଲା ଗୁଜୁରାଟ ଦୀନଦୟାଲ ପୋର୍ଟ। ଚଳିତ ବର୍ଷ ପାରାଦୀପ ବନ୍ଦରର ପଣ୍ୟ କାରବାରରେ ଦେଶର ପ୍ରଥମ ହୋଇଛି ।

ad-week
Leave A Reply

Your email address will not be published.