ଶ୍ରୀମନ୍ଦିର ଜଗିବେ ସ୍ବତନ୍ତ୍ର ବାଟାଲିୟନ, ସିଧା ନିଯୁକ୍ତି ପାଇବେନି ସୁରକ୍ଷା ବାହିନୀ

add-all

ପୁରୀ: ବିଶ୍ବ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଅଧିକ ମଜବୁତ୍‌ ହେବ। ରାଜ୍ୟ ସରକାର ଏଥି ପାଇଁ ପଦକ୍ଷେପ ନେଇଥିବା ବେଳେ ଖୁବଶୀଘ୍ର ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବତନ୍ତ୍ର ବାଟାଲିୟନ୍‌ ମୁତୟନ ହେବେ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଏନେଇ ମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବାଟାଲିୟନ ପାଇଁ ପୋଲିସ ବିଭାଗରୁ ସୁରକ୍ଷାକର୍ମୀଙ୍କୁ ନିଆଯିବ । ଏଥିସହିତ ଖୁବଶୀଘ୍ର ଜଗନ୍ନାଥ ମନ୍ଦିର ପୋଲିସ୍ ବା ଜେଟିପି ନିଯୁକ୍ତ ହେବେ । ବାଟାଲିୟନରେ ଯେତିକି ସୁରକ୍ଷାକର୍ମୀ ଓ ପୋଲିସ ରଆଗରୁ ରହୁଥିଲେ ସେତିକି ରହିବେ । ଶ୍ରୀମନ୍ଦିର ଆଭ୍ୟନ୍ତରୀଣ ଏବଂ ବାହାର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ବ ବୋଲି କହିଛନ୍ତି ମନ୍ତ୍ରୀ ।

ଅନ୍ୟପକ୍ଷରେ ଏଣିକି ଆଉ ଶ୍ରୀମନ୍ଦିର ସୁରକ୍ଷା ବାହିନୀ ତଥା ଏସଏସଏମଏସଭି ପାଇଁ ସିଧା ନିଯୁକ୍ତି ପ୍ରକ୍ରିୟା ହେବ ନାହିଁ । ଓଏସଏପିରୁ ପୋଲିସ୍ କର୍ମୀଙ୍କୁ ଡେପୁଟେସନରେ ଦାୟିତ୍ବ ଦିଆଯିବ । ଏଥିପାଇଁ ଏସଏସଏମଏସଭିର ନୂଆ ମୋଡାଲିଟି ଜାରି କରାଯାଇଛି । ଏଥିସହିତ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ଏବଂ ସିଭିଲ ପୋଲିସଙ୍କୁ ବି ଏହି ଦାୟିତ୍ବ ମିଳିବ । ମନ୍ଦିର ସୁରକ୍ଷାରେ ସେମାନଙ୍କ କାର୍ଯ୍ୟକାଳ କେତେ ରହିବ ତାହା ପୋଲିସ୍ ଡିଜି ହିଁ ନିର୍ଦ୍ଧାରଣ କରିବେ ।

ad-week
Leave A Reply

Your email address will not be published.