ନୂଆବର୍ଷରେ ବଦଳିବେ ରାଜ୍ୟ ବିଜେପି ମୁଖିଆ !

add-all

ନୂଆବର୍ଷରେ ବଦଳିବେ ରାଜ୍ୟ ବିଜେପି ମୁଖିଆ! ଏପରି ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ତୋମର କହିଛନ୍ତି, ଜାନୁଆରୀ ମାସରେ ହେବ ରାଜ୍ୟ ବିଜେପିର ନୂଆ ସଭାପତି ନିର୍ବାଚନ।

ସେ କହିଛନ୍ତି, ଆମର ଗଣତାନ୍ତ୍ରିକ ଦଳ। ଗଣତାନ୍ତ୍ରିକ ଉପାୟରେ ସଭାପତି ନିର୍ବାଚନ ହେବ। ତେବେ ସାଂଗଠନିକ ନିର୍ବାଚନ ଆରମ୍ଭ ହୋଇଛି। ମଣ୍ଡଳ ନିର୍ବାଚନ ଚାଲିଛି। ଏହାପରେ ଜିଲ୍ଲା ସଭାପତି ନିର୍ବାଚନ ଓ ତା’ପରେ ରାଜ୍ୟ ସଭାପତି ବଛାଯିବ। ଆଗାମୀ ମାସରେ ନୂଆ ରାଜ୍ୟ ସଭାପତି ବଛାଯିବେ। ଏହାସହ ବିଜେଡିର ବହୁ ସାଂସଦ ଓ ବିଧାୟକ ବିଜେପି ଯୋଗାଯୋଗରେ ଅଛନ୍ତି ବୋଲି ତୋମାର କହିଛନ୍ତି।

ରାଜ୍ୟ ବିଜେପି ମୁଖିଆ ଭାବେ ମନମୋହନ ସାମଲଙ୍କୁ ୨୦୨୩ ମସିହାରେ ଚୟନ କରାଯାଇଥିଲା। ତାଙ୍କର ବଳିଷ୍ଠ ନେତୃତ୍ୱ ଓ ରଣନୀତିରେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ରାଜ୍ୟରେ ଜବରଦସ୍ତ ଫଳାଫଳ ମିଳିଥିଲା। ୨୪ ବର୍ଷ ଧରି ଲଗାତାର ଭାବେ ଶାସନ କ୍ଷମତାରେ ଥିବା ବିଜେଡି ଗାଦିଚ୍ୟୁତ ହୋଇଥିଲା। ବିଜେପି ରାଜ୍ୟରେ ଏକାକୀ ଶାସନ କ୍ଷମତାରେ ରହିଛି।

ad-week
Leave A Reply

Your email address will not be published.