ଫେରିଲା ମିଳିମିଳା: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି

add-all

ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପାତିଗୁଡା ଗାଁ ଗଞ୍ଜାମ ଜିଲ୍ଲା ସୋରଡ଼ାରେ ମିଳିମିଳା ବ୍ୟାପିଥିବା ଖବର ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଏହାର ଅନୁଧ୍ୟାନ କରିଛନ୍ତି ।

୩୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସମସ୍ତଙ୍କର ସ୍ବାସ୍ଥ୍ୟବସ୍ଥା ଭଲ ରହିଛି। ହେଲେ ୫ ଜଣ ଏବେ ବି ମିଳିମିଳାରେ ଆକ୍ରାନ୍ତ ଅଛନ୍ତି। ସେ ଅଞ୍ଚଳକୁ ଅନ୍ୟ ଅଞ୍ଚଳଠାରୁ ଅଲଗା ରଖାଯାଇ କ୍ୟାଣ୍ଟନମେଣ୍ଟ ଜୋନ୍ କରାଯାଇଛି।

କୋଭିଡ ମହାମାରୀ ଯୋଗୁ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଛି। ସେଥିପାଇଁ ଏବେ ମିଳିମିଳା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଢୁଥିବା ପ୍ରାଥମିକସ୍ତରରେ ଜଣାପଡିଛି।

ପୁରୀ ଜିଲ୍ଲାରେ ମିଳିମିଳା ମାମଲା ସ୍ବାସ୍ଥ୍ୟ ବିଭାଗ ନଜରକୁ ଆସିଛି। ଏହାର ଅନୁଧ୍ୟାନ କରାଯାଉଛି। ସାରା ରାଜ୍ୟ ଉପରେ ଏନେଇ ନଜର ରଖାଯାଇଛି ବ‌ୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ପ୍ରଦାନ କରିଛନ୍ତି।

ad-week
Leave A Reply

Your email address will not be published.