ବିଜେଡି ସାଂସଦ ମୁନ୍ନା ଖାଁଙ୍କ ନାଁରେ ଏଫ୍‌ଆଇଆର୍‌

add-all

ଲୋକପ୍ରିୟ ପ୍ରାର୍ଥନା ‘ଆହେ ଦୟା ମୟ ବିଶ୍ୱବିହାରୀ’ର କଦର୍ଥ ବାଖ୍ୟା କରିବା ତଥା ଏହାର ରଚୟିତା ରାମକୃଷ୍ଣ ନନ୍ଦଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କ ନାଁରେ ଥାନାରେ ଏତଲା ହୋଇଛି। କଟକ ଜିଲ୍ଲା ଓଲଟପୁର ଥାନାରେ ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦ ପକ୍ଷରୁ ଏତଲା ଦିଆଯାଇଛି।

ଏତଲା ପୂର୍ବରୁ ଓଲଟପୁର ବାଇରୋଇରେ ଏକ ସାମ୍ବାଦିକ ସମ୍ମିଳନୀରେ ପରିଷଦର ପ୍ରତିଷ୍ଠାତା ତଥା ରାମକୃଷ୍ଣ ନନ୍ଦଙ୍କ ନାତି ପ୍ରକାଶ ନନ୍ଦ କହିଛନ୍ତି, ସାଂସଦ ମୁନ୍ନା ଖାଁ ଗତ ୬ ତାରିଖରେ ନବରଙ୍ଗପୁରରେ ମଣ୍ଡେଇ ଉତ୍ସବ ଅବସରରେ କବିଙ୍କୁ ତାତ୍ସଲ୍ୟ କରିଛନ୍ତି। ଏଥିସହ ତାଙ୍କ ଦ୍ୱାରା ରଚିତ ଆହେ ଦୟା ମୟ ବିଶ୍ୱବିହାରୀ ପ୍ରାର୍ଥନାର କଦର୍ଥ ବାଖ୍ୟା କରିଛନ୍ତି। ଏହାଦ୍ୱାରା ରାମକୃଷ୍ଣ ନନ୍ଦଙ୍କ ପରିବାର ତଥା ପ୍ରାର୍ଥନା ପ୍ରେମୀଙ୍କୁ ଗଭୀର ଭାବରେ ମର୍ମାହତ କରିଛି ବୋଲି ଶ୍ରୀ ନନ୍ଦ କହିଛନ୍ତି।

ଥାନାରେ ଅଭିଯୋଗ ପରେ ସାଂସଦ କ୍ଷମା ପ୍ରାର୍ଥନା କରିଥିଲେ। ହେଲେ ସେଥିରେ ସନ୍ତୁଷ୍ଟ ନାହାନ୍ତି ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସାଂସଦ ପଦ ରଦ୍ଦ କରିବାକୁ ଦାବି କରିଛି ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦ।

ad-week
Leave A Reply

Your email address will not be published.