ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ

add-all

ଭୁବନେଶ୍ବର: ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ପକ୍ଷରୁ ଆଜି ତାଙ୍କୁ ସମନ ଜାରି କରାଯାଇଛି। ମର୍ସିଡିଜରୁ ୧୦ ଲକ୍ଷ ଟଙ୍କା ଜବତ ହେବା ଘଟଣାରେ ବିଷ୍ଣୁପଦଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ସିବିଆଇ ପକ୍ଷରୁ ଏହି ସମନ ଜାରି କରାଯାଇଥିବା ସୂଚନା ମିଳିଛି।

ଥିପାଇଁ ବିଷ୍ଣୁପଦଙ୍କୁ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ଗତ ୧୦ ତାରିଖରେ ସିବିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।  ଗତ ୧୧ ତାରିଖ ସକାଳ ୧୦ଟାରେ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା । ହେଲେ ସେ ଏବେ ପର୍ଯ୍ୟନ୍ତ ହାଜର ହୋଇନଥିବା ସୂଚନା ମିଳିଛି । ଆଜି ମଧ୍ୟାହ୍ନ ସମୟରେ ସେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇ ନିଜ ପକ୍ଷ ରଖିପାରନ୍ତି । ପୂର୍ବରୁ ମର୍ସିଡିଜରୁ ଟଙ୍କା ଜବତ ଘଟଣାରେ ୩ ଅଭିଯୁକ୍ତଙ୍କ ବୟାନ ଆଧାରରେ ପ୍ରମୁଖ ସଚିବ ଆଇଏଏସ ବିଷ୍ଣୁପଦଙ୍କ ଡ୍ରାଇଭରକୁ ଘଟଣାରେ ସଂପୃକ୍ତି ନେଇ ସମନ ଜାରି କରାଯାଇଥିଲା  । ଅନ୍ୟପକ୍ଷରେ ଏ ପୂରା ଘଟଣାରେ ଏ ପର୍ଯ୍ୟନ୍ତ ମୁହଁ ଖୋଲୁନାହାନ୍ତି ବିଷ୍ଣୁପଦ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଟେଣ୍ଡର ଫିକ୍ସିଂରେ ବ୍ୟୁରୋକ୍ରାଟଙ୍କ ସମ୍ପୃକ୍ତି ସନ୍ଦେହ କରି ସିବିଆଇ ଖୋଳତାଳ କରୁଥିବା ବେଳେ ଏବେ ଏଥିରେ ସଂପୃକ୍ତି ନେଇ ଆଇଏଏସ ବିଷ୍ଣୁପଦ ସେଠୀ ଏବଂ ତାଙ୍କ ଡ୍ରାଇଭରଙ୍କୁ ସମନ ଜାରି କରାଯାଇଛି ।

ad-week
Leave A Reply

Your email address will not be published.