ନାବାଳିକାଙ୍କୁ ପ୍ରେମ କରୁଥିଲେ, ଅପହରଣ କରି ଗିରଫ ହେଲେ…

add-all

ବଲାଙ୍ଗୀର : ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପୁଲିସ ଜଣେ ରେଳ କର୍ମଚାରୀଙ୍କୁ ଗିରଫ କରିଛି। ତାଙ୍କ ନାଁ ଘନଶ୍ୟାମ ଭୋଇ। ସେ କେସିଙ୍ଗା ରେଳ ଷ୍ଟେସନରେ ଗ୍ୟାଙ୍ଗମ୍ୟାନ ଭାବେ କାର୍ଯ୍ୟ କରନ୍ତି।

ସୂଚନା ଅନୁଯାୟୀ, ଗିରଫ ଘନଶ୍ୟାମ ମୁରିବାହାଲ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ କରନ୍ତି। ସେ ନାବାଳିକା ଜଣଙ୍କ ଏକ କଲେଜରେ ପଢୁଛନ୍ତି। ଗତ ୯ ତାରିଖରେ ଘନଶ୍ୟାମ ସେହି ନାବାଳିକାଙ୍କୁ ଅପହରଣ କରି ନେଇଥିଲେ ବୋଲି ମୁରିବାହାଲ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରି ନାବାଳିକାଙ୍କୁ କେସିଙ୍ଗା ରେଳ ବିଭାଗର ଏକ ଘରୁ ଉଦ୍ଧାର କରିଥିଲା।

ଗିରଫ ଘନଶ୍ୟାମ ଭୋଇଙ୍କ ଘର ଲୋଇସିଂହା ମୁରଶୁଣ୍ଡ ଗାଁରେ। ତାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତା’ ସହିତ ଘଟଣାର ଅଧିକ ତଦନ୍ତ କରୁଛି।

ad-week
Leave A Reply

Your email address will not be published.