ସାପ ଧରି ମେଡ଼ିକାଲ୍‌ରେ ପହଞ୍ଚିଲେ ଚାଷୀ

add-all

ବାଲେଶ୍ୱର /ସୋର :ବିଲରେ ଚାଷ କାମ କରୁଥିବା ବେଳେ କାମୁଡ଼ିଲା ସାପ। ତେଣୁ କାମୁଡ଼ିଥିବା ସାପକୁ ଧରି ମେଡ଼ିକାଲ୍‌ରେ ଚାଷୀ। ଏପରି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅଞ୍ଚଳରେ।

ଏବେ ଧାନ ଅମର କାମ ଚାଲିଛି। ତେଣୁ ଶୀତୁଆ ସକାଳରେ ବିଲକୁ କାମ କରିବା ପାଇଁ ଯାଇଥିଲେ ପାଖର ପଞ୍ଚାୟତ ସାନ ବିରିପଡା ଗାଁର ଭରତ ବେହେରା। ବିଲରେ କାମ କରୁଥିବା ବେଳେ ଏକ ବିଷଧର ସାପ ତାଙ୍କୁ ଦଂଶନ କରିଥିଲା। ସେ ସଙ୍ଗେ ସଙ୍ଗେ ପାଖ ବିଲରେ କାମ କରୁଥିବା ଚାଷୀଙ୍କୁ ଡାକିଥିଲେ। ସାପଟି ଦଂଶିବା ପରେ ପଳାଇ ଯାଉଥିଲା। ଚାଷୀମାନେ କାଇଦା କରି ସାପକୁ ଧରି ପକାଇଥିଲେ। ପରେ ସାପକୁ ବ୍ୟାଗରେ ପୂରାଇ ଦେଇ ମୁହଁ ବାନ୍ଧି ଦେଇଥିଲେ।

ଗାଁ ଲୋକମାନେ ଉଭୟ ଭରତ ଓ ସାପକୁ ଧରି ସୋର ଉପଖଣ୍ଡ ମେଡ଼ିକାଲ୍‌ରେ ପହଞ୍ଚିଥିଲେ। ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ। ହେଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି। ଗାଁ ଲୋକଙ୍କ କହିବା ଅନୁସାରେ କାମୁଡ଼ିଥିବା ସାପକୁ ଦେଖିଲେ ରୋଗୀଙ୍କୁ ଡାକ୍ତର ଠିକ୍‌ ଭାବେ ଚିକିତ୍ସା କରିପାରିବ।

ad-week
Leave A Reply

Your email address will not be published.