ରୁଷରେ ୯/୧୧ ଭଳି ଆକ୍ରମଣ, ୩ଟି ବିଲ୍ଡିଂରେ ମାଡ଼ ହେଲା କିଲର୍‌ ଡ୍ରୋନ୍‌

add-all

ରୁଷରେ ୯/୧୧ ଭଳି ହୋଇଛି ଘାତକ ହମ୍‌ଲା। ରୁଷର ରାଜଧାନୀ ଠାରୁ ୭୨୦ କିଲୋମିଟର ଦୂର କାଜାନ ସହରରେ ବଡ଼ ଡ୍ରୋନ୍‌ ଆକ୍ରମଣ ହୋଇଛି। ୟୁକ୍ରେନ୍‌ ତରଫରୁ ଏହି ଡ୍ରୋନ୍‌ ଆକ୍ରମଣ କରାଯାଇଛି। କାଜାନ ସହରର ତିନୋଟି ଉଚ୍ଚ ଅଟ୍ଟାଳିକାକକୁ ୟୁକ୍ରେନ୍‌ ଟାର୍ଗେଟ୍‌ କରିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି।  

ୟୁକ୍ରେନ୍‌ର କିଲର୍‌ ଡ୍ରୋନ୍‌ ମାଡ଼ରେ ବିଲ୍ଡିଂଗୁଡିକ ଥରି ଉଠିଛି। ବିଲ୍ଡିଂଗୁଡିକ ନଷ୍ଟ ହୋଇଯାଇଛି ଏବଂ ଏବଠାରେ ଭୟଙ୍କର ନିଆଁ ମଧ୍ୟ ଲାଗିଛି। ଏହି ପୂରା ଆକ୍ରମଣ ଘଟଣାର ଫଟୋ ଏବଂ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ବିଲ୍ଡିଂରୁ ଲୋକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ଡ୍ରୋନ୍ ଆକ୍ରମଣ ନେଇ ମସ୍କୋ ମିଡିଆ ସୂଚନା ଦେଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଭିଡିଓ ଆଧାରରେ ୮ଟି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ୍। କାଜାନରେ ଏହି ୮ଟି ଡ୍ରୋନ୍ ମାଡ଼ ହୋଇଛି।

ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ ଡ୍ରୋନ୍‌ଗୁଡିକ କିଭଳି ଭାବେ ଆସି ବିଶାଳ ବିଲ୍ଡିଂରେ ମାଡ଼ ହେଉଛି ଏବଂ ବିସ୍ଫୋରଣ ଘଟୁଛି। ତେବେ ୮ଟି ଡ୍ରୋନରୁ ଗୋଟିଏ ଡ୍ରୋନକୁ ନଷ୍ଟ କରାଯାଇଥିବା ନେଇ ରୁଷ ରକ୍ଷା ମନ୍ତ୍ରଣାଳୟ ସୂଚନା ରହିଛି।

ଅନ୍ୟପଟେ କାଜାନର ମେୟାର କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଡ୍ରୋନ୍‌ ଆକ୍ରମଣ ଯୋଗୁ ସୋଭେତ୍ସକି, କିରୋସ୍କି ଓ ପ୍ରିଭୋଲଜସ୍କି ତିନୋଟି ଜିଲ୍ଲାର ଘରଗୁଡିକରେ ନିଆଁ ଲାଗି ଯାଇଛି। ଲୋକେ ଭୟରେ ଘର ଛାଡ଼ି ପଳାଇଛନ୍ତି। ଏଥିସହ ଅନେକ ମୃତାହତ ହୋଇଥିବା କୁହାଯାଉଛି।  

 କାଜାନ ସହର ଉପରେ ହୋଇଥିବା ଏହି ଆକ୍ରମଣକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି।, କାରଣ ଚଳିତ ବର୍ଷ ରୁଷର ଏହି ସହରରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ଆକ୍ରମଣକୁ ଆମେରିକାର ୯/୧୧ ଆକ୍ରମଣ ଭଳି ମଧ୍ୟ କୁହାଯାଉଛି।

ad-week
Leave A Reply

Your email address will not be published.