ଜାନୁଆରୀରେ ଆସିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

add-all

ଭୁବନେଶ୍ୱର: ୨୦୨୫ ମସିହା ଜାନୁଆରୀରେ ଆସିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ।

ଡିସେମ୍ବର ୩୦ ତାରିଖ ସୁଦ୍ଧା ସବୁ ସାରିବାକୁ ଲକ୍ଷ୍ୟ ରହିଛି। ସବୁ ଭେରିଫିକେସନ୍ ଯଦି ସରିଲା ଜାନୁଆରୀରେ ମିଳିବା ଆଶା ରହିଛି।ଅପରପକ୍ଷରେ ମାଲକାନଗିରିର ବଣ୍ଡାଘାଟି ଅଞ୍ଚଳରେ ୧୨ ହଜାରରୁ ଅଧିକ ମହିଳା ସୁଭଦ୍ରା ପାଇଁ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୯ ହଜାର ଲୋକଙ୍କୁ ଏହି ଟଙ୍କା ମିଳିଥିବା ବେଳେ ଆହୁରି ୩ ହଜାର ଲୋକଙ୍କ ବାକି ରହିଛନ୍ତି।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟର ତିନୋଟି କିସ୍ତିରେ ୮୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହୋଇଛନ୍ତି।

ad-week
Leave A Reply

Your email address will not be published.