କଂଗ୍ରେସ କ୍ଷମା ପ୍ରାର୍ଥନା କରୁ-ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ୱର: ବାବା ସାହେବ ଆମ୍ବେଦକରଙ୍କୁ ନେଇ ମନ୍ତବ୍ୟ ପ୍ରସଙ୍ଗରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଣ୍ଡିତ ନେହେରୁଙ୍କ ନାଁ ନେଇ ସମାଲୋଚନା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି ଯେ କଂଗ୍ରେସ ପ୍ରଥମେ କ୍ଷମା ପ୍ରାର୍ଥନା କରିବା ଉଚିତ।

କଂଗ୍ରେସ ଆମ୍ବେଦକରଙ୍କୁ ନିୟମିତ ଅସମ୍ମାନିତ କରିଆସିଛି। ଆମ୍ବେଦକରଙ୍କୁ ନିର୍ବାଚନରେ ପରାଜିତ କରିବାକୁ ଚେଷ୍ଟା କରିଥିଲେ। ଆମ୍ବେଦକରଙ୍କୁ ପରାଜିତ କରିଥିବା ପ୍ରାର୍ଥୀଙ୍କୁ ପଦ୍ମବିଭୂଷଣ ଦେଇଛନ୍ତି। ତେଣୁ କଂଗ୍ରେସ ଆମ୍ବେଦକରଙ୍କୁ ନେଇ ଶସ୍ତା ରାଜନୀତି ବନ୍ଦ କରୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.