ଗତକାଲିଠୁ ନିଖୋଜ ଥିଲେ ନାବାଳକ; ବସ୍ତାରୁ ମିଳିଲା ମୃତଦେହ

add-all

କେନ୍ଦୁଝର : ନାବାଳକଙ୍କୁ ହତ୍ୟା କଲେ। ପରେ ବସ୍ତାରେ ପୂରାଇ ପଡ଼ୋଶୀର ଘର ସମ୍ମୁଖରେ ଫିଙ୍ଗିଦେଲେ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଗୋପୀନାଥପୁର ଗାଁରେ। ମୃତ ନାବାଳକ ଜଣଙ୍କ ହେଲେ ପବନା ମୁଣ୍ଡା(୯)।
ଗତକାଲି ସନ୍ଧ୍ୟାରୁ ପବନା ନିଖୋଜ ଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ଆଜି ସକାଳେ ଗୌରାଙ୍ଗ ପାତ୍ରଙ୍କ ଘର ସମ୍ମୁଖରେ ଏକ ମୁହଁ ବନ୍ଧା ହୋଇଥିବା ଅଖା ବସ୍ତା ପଡ଼ିଥିଲା। ଏନେଇ ଗୌରାଙ୍ଗଙ୍କର ସନ୍ଦେହ ହୋଇଥିଲା। ସେ ସଙ୍ଗେ ସଙ୍ଗେ ରିମୁଳି ଫାଣ୍ଡିକୁ ଘଟଣାସଂପର୍କରେ ଜଣାଇଥିଲେ। ରିମୁଳି ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବାସ୍ତାଟିକୁ ଖୋଲିଥିଲେ। ବସ୍ତାରୁ ନିଖୋଜ ନାବାଳକର ମୃତଦେହ ମିଳିଥିଲା।
ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ପୁଅକୁ କିଏ ହତ୍ୟା କରି ବସ୍ତାରେ ପୂରାଇ ଫିଙ୍ଗି ଦେଇଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି ନାବାଳକର ପରିବାର ଲୋକେ।

ad-week
Leave A Reply

Your email address will not be published.