ୟୁକ୍ରେନ ଉପରେ ୭୦ ମିସାଇଲ, ୧୦୦ ଡ୍ରୋନ ମାଡ଼ କଲା ରୁଷ

add-all

ପୂରା ବିଶ୍ୱ ଆନନ୍ଦ ଉଲ୍ଲାସର ସହ ବଡ଼ ଦିନ ବା ଖ୍ରୀଷ୍ଟମାସ ଉତ୍ସବ ପାଳନ କରୁଛି। ହେଲେ ରୁଷ ପକ୍ଷରୁ ୟୁକ୍ରେନ ଆଜି ସବୁଠାରୁ ବଡ଼ ଓ ଭୟଙ୍କର ହମଲା କରାଯାଇଛି। ୟୁକ୍ରେନ ଉପରେ ଆଜି ରୁଷ ପକ୍ଷରୁ ୭୦ରୁ ଅଧିକ ମିସାଇଲ ଓ ୧୦୦ରୁ ଅଧିକ ଡ୍ରୋନ ମାଡ଼ ହୋଇଛି। 

ଏହାଦ୍ୱାରା ୟୁକ୍ରେନର ବିଭିନ୍ନ ସହର ଧ୍ୱଂସବିଧ୍ୱଂସ୍ତ ହୋଇଯାଇଛି। ଖ୍ରୀଷ୍ଟମାସରେ ଏପରି ଆକ୍ରମଣକୁ ୟୁକ୍ରେନର ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି ନିନ୍ଦା କରିବା ସହ ଏହା ଏକ ଅମାନବୀୟ କାଣ୍ଡ ବୋଲି କହିଛନ୍ତି।

ୟୁକ୍ରେନ ସରକାରଙ୍କ କହିବା କଥା ଯେ ଖ୍ରୀଷ୍ଟମାସରେ ହୋଇଥିବା ଆକ୍ରମଣ ଯୋଗୁ ଶକ୍ତି ଭିତ୍ତିଭୂମି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଅନେକ ସାଧାରଣ ଲୋକ ଆହତ ହୋଇଛନ୍ତି।

ନିଜ ଏକ୍ସ ଆକାଉଣ୍ଟରେ ଜେଲେନସ୍କି କହିଛନ୍ତି ଯେ ପୂରା ବିଶ୍ୱ ଉତ୍ସବ ମୁଖର ଥିବା ବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନନ ଜାଣିଶୁଣି ୟୁକ୍ରେନର ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରିଛନ୍ତି। ରୁଷର ପ୍ରତିଟି ବଡ଼ ହମଲା ପାଇଁ ପ୍ରସ୍ତୁତି ଆବଶ୍ୟକ। ଏହା କେବେ ହେଲେ ଗୋଟିଏ ଅଚାନକ ନିଷ୍ପତ୍ତି ହୋଇ ନପାରେ। ଏହା ଏକ ଯୋଜନାବଦ୍ଧ ଆକ୍ରମଣ।

ଯୋଜନାବଦ୍ଧ ଭାବେ କେବଳ ଟାର୍ଗେଟକୁ ଚୟନ କରାଯାଇ ନାହିଁ, ବରଂ ତାରିଖ ଓ ସମୟକୁ ମଧ୍ୟ ବଛା ଯାଇଛି। ଆଜି ପୁଟିନ ଜାଣିଶୁଣି ଖ୍ରୀଷ୍ଟମାସକୁ ଆକ୍ରମଣ ପାଇଁ ବାଛିଛନ୍ତି। ଏହାଠାରୁ ଅଧିକ ଅମାନବୀୟ କାମ କ’ଣ ହୋଇପାରେ। ବାଲାଷ୍ଟିକ ସହ ୭୦ରୁ ଅଧିକ ମିସାଇଲ ଓ ୧୦୦ରୁ ଅଧିକ ଡ୍ରୋନ ଦ୍ୱାରା ଆକ୍ରମଣ କରାଯାଇଛି। ଆମ ଶକ୍ତି ଉତ୍ସ ଓ ବ୍ୟବସ୍ଥାକୁ ଧ୍ୱଂସ କରାଯାଇଥିବା ଜେଲେନସ୍କି କହିଛନ୍ତି।

କୃଷ୍ଣ ସାଗରରୁ ରୁଷ କାଲିବର କ୍ରୁସ ମିସାଇଲ ମାଡ଼ କରିବା କ୍ଷଣି ପୂରା ୟୁକ୍ରେନରେ ଏୟାର ରେଡ ସାଇର୍ନସ ବାଜି ଉଠିଥିଲା। ମାତ୍ର କିଛି କ୍ଷଣ ମଧ୍ୟରେ ଏକାଧିକ ସ୍ଥାନରେ ମିସାଇଲ ଓ ଡ୍ରୋନ ମାଡ଼ ହୋଇଥିଲା। ମିସାଇଲ ଓ ଡ୍ରୋନ ଆଟାକ ଯୋଗୁ ବିଭିନ୍ନ ସ୍ଥାନରେ ନିଆଁ ମଧ୍ୟ ଲାଗି ଯାଇଥିଲା।

ad-week
Leave A Reply

Your email address will not be published.