ବିମାନ ଦୁର୍ଘଟଣା ନେଇ ଆମକୁ ଦୋଷ ଦିଅ ନାହିଁ: ଆମେରିକାକୁ ରୁଷିଆର ଜବାବ

add-all

ମସ୍କୋ: ଆଜରବୈଜାନ ବିମାନ କାଜାଖସ୍ତାନରେ ଦୁର୍ଘଟଣାଗ୍ରସ୍ତ ବେହା ଘଟଣା ଏବେ ନୂଆ ମୋଡ ନେଇଛି। ପାଶ୍ଚାତ୍ୟ ଗଣମାଧ୍ୟମ ଏବଂ ପାଶ୍ଚାତ୍ୟ ଦେଶ ଅଭିଯୋଗ କରୁଛନ୍ତି ଯେ ରୁଷିଆ କ୍ଷେପଣାସ୍ତ୍ର ମାଡ଼ରେ ଏଭଳି ଘଟିଛି। ତେବେ ରୁଷିଆ ପକ୍ଷରୁ ଏଭଳି ଆରୋପକୁ ଖଣ୍ଡନ କରିଛି। ପକ୍ଷୀ ବିମାନକୁ ଧକ୍କା ଦେଇଥିବାରୁ ଏହା ଘଟିଛି ବୋଲି ରୁଷିଆ ଦାବି କରିଛି।

କିନ୍ତୁ ବିମାନର ପଛ ଭାଗରେ ଥିବା ଗୁଳିମାଡ଼ର ଚିହ୍ନ ଏବଂ ପାଶ୍ଚାତ୍ୟ ଦେଶ ତଥା ସେମାନଙ୍କ ଗଣମାଧ୍ୟମ ଏନେଇ ଆଉ କିଛି କହୁଛନ୍ତି। ବିମାନର ପଛ ଭାଗରେ ଗୁଳିମାଡ଼ ଚିହ୍ନ ଦୃଶ୍ୟମାନ ହେଉଛି। କୁହାଯାଉଛି ଯେ,ରୁଷିଆର ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ଏହାକୁ ତଳକୁ ଖସାଇ ଦେଇଛି। ତେବେ କ୍ରେମଲିନ୍ ଏହାକୁ ଅସ୍ୱୀକାର କରୁଛି। ଆମେରିକା ପ୍ରମାଣକୁ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ପ୍ରଶାସନ କହିଛି, ଏଥିରେ ଆମକୁ ଦୋଷ ଦେବା ଅର୍ଥହୀନ। ଏଥିରେ ଆରମ ‌ଦୋଷ ନାହିଁ। ଏହା ସମ୍ପୂର୍ଣ୍ଣ ମିଥ୍ୟା।

ରୁଷିଆର ବିମାନ ଚଳାଚଳ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ପକ୍ଷୀ ଆକ୍ରମଣ ପରେ ପାଇଲଟ ଜରୁରୀକାଳୀନ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ବିମାନଟି କାହିଁକି ସମୁଦ୍ର ଉପରେ ଗଲା ତାହା ଅଧିକାରୀମାନେ କହି ନାହାନ୍ତି। ସିଏନ୍ଏନ୍ ଅନୁଯାୟୀ, ଦକ୍ଷିଣ ରୁଷିଆରେ ଡ୍ରୋନ୍ ଆକ୍ରମଣର କିଛି ସମୟ ପରେ ଏହି ଦୁର୍ଘଟଣା ଘଟିଛି। ମିଡିଆ ହାଉସ କହିଛି, ୟୁକ୍ରେନରୁ ଡ୍ରୋନ୍ ଆକ୍ରମଣକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳର ବିମାନବନ୍ଦରଗୁଡିକ ବନ୍ଦ ହୋଇସାରିଛି। ଏଥି ସହିତ ଆଜେରବୈଜାନ ବିମାନର ବିମାନ ପଥ ନିକଟତମ ରୁଷିଆର ବିମାନ ବନ୍ଦର ବୁଧବାର ସକାଳେ ବନ୍ଦ ରହିଥିଲା।

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟରେ ବ୍ରିଟେନର ବିମାନ ଚଳାଚଳ ସୁରକ୍ଷା ସଂସ୍ଥା ଓସପ୍ରେ ଫ୍ଲାଇଟ୍ ସଲ୍ୟୁସନ୍ କହିଛି, ବିମାନଟି ବୋଧହୁଏ ରୁଷିଆର ସାମରିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଗୁଳି ଗ୍ରସ୍ତ ହୋଇଛି। ଧ୍ୱଂସାବଶେଷର ଭିଡିଓ ଏବଂ ଦକ୍ଷିଣ-ପଶ୍ଚିମ ରୁଷିଆର ବାୟୁସେନା ସୁରକ୍ଷା ପରିବେଶର ଆଖପାଖ ପରିସ୍ଥିତି ସୂଚାଇ ଦେଇଛି ଯେ ବିମାନଟି ଉପରେ କୌଣସି ପ୍ରକାରର ଆକ୍ରମଣ ହୋଇଥିବାର ଆଶଙ୍କା ରହିଛି।

ରଏଟର୍ସ କହିଛି, ପ୍ରାଥମିକ ଫଳାଫଳରୁ ଜଣାପଡିଛି, ବିମାନଟି ରୁଷିଆର ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ଗୁଳିଗ୍ରସ୍ତ ହୋଇଛି। ଗ୍ରୋଜନିରେ ପ୍ରବେଶ କରିବା ସମୟରେ ଏହା ଉପରେ ଇଲେକ୍ଟ୍ରୋନିକ୍ ଯୁଦ୍ଧ ପ୍ରଣାଳୀ ଦ୍ୱାରା ଆକ୍ରମଣ ହୋଇଥିବା ସୂତ୍ରରୁ ପ୍ରକାଶ। ଉତ୍ସ କହିଛି, ‘ଏହା ଉଦ୍ଦେଶ୍ୟମୂଳକ ଭାବେ କରାଯାଇଛି ବୋଲି କେହି ଦାବି କରି ନାହାନ୍ତି।

ରୁଷିଆ ଏକ ବିବୃତି ଜାରି କରି ସମସ୍ତ ଦାବିକୁ ମିଥ୍ୟା ଘୋଷଣା କରିଛି ଏବଂ ପ୍ରତ୍ୟେକ ଅନୁସନ୍ଧାନରେ ସହଯୋଗ କରିବ ବୋଲି କ୍ରେମଲିନ୍ ମଧ୍ୟ କହିଛି। ରୁଷିଆ କହିଛି, ଅନୁମାନ କରିବା ଭୁଲ ଅଟେ। କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ, ବିମାନ ଦୁର୍ଘଟଣାର କାରଣର ଅନୁସନ୍ଧାନ ଚାଲିଛି ଏବଂ ଏହାର ଫଳାଫଳ ଆସିବା ପୂର୍ବରୁ ଅନୁମାନ କରିବା ଭୁଲ ଅଟେ। ୟୁକ୍ରେନ ଗଣମାଧ୍ୟମ କହିଛି, ରୁଷିଆ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ଦ୍ୱାରା ଗୁଳି ଚଳାଇଛି। ଭିଡିଓରେ ବିମାନର ଲାଞ୍ଜରେ ଆକ୍ରମଣ ଚିହ୍ନ ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.