ପଶ୍ଚିମବଙ୍ଗ ଜଙ୍ଗଲରେ ବୁଲୁଛି ଜିନ୍ନତ, ଖୁବ୍‌ ଶୀଘ୍ର ହେବ ଟ୍ରାଙ୍କୁଲାଇଜ

add-all

ଭୁବନେଶ୍ୱର : ଖୁବ୍‌ ଶୀଘ୍ର ଟ୍ରାଙ୍କୁଲାଇଜ୍ ହେବ ମରାଠା ବାଘୁଣୀ ଜିନ୍ନତ । ଜିନ୍ନତ ଏବେ ପଶ୍ଚିମବଙ୍ଗ ପୁରୁଳିଆ ଜିଲ୍ଲା ବାନ୍ଦ୍ୱାନ ଜଙ୍ଗଲରୁ ବାହାରି ନିକଟସ୍ଥ ଏକ ଡ୍ୟାମ ନିକଟରେ ରହିଛି । ଖୋଲା ସ୍ଥାନରେ ଥିବାରୁ ତାକୁ ଟ୍ରାଙ୍କୁଲାଇଜ୍ କରିବା ସହଜ ହୋଇପାରେ । ଏଥିପାଇଁ ବନ ବିଭାଗ ଟିମ୍ ସମ୍ପୂର୍ଣ୍ଣ ସଜାଗ୍ ରହିଛି ବୋଲି ସୂଚନା ଦେଇଛନ୍ତି ପିସିସିଏଫ ପ୍ରେମ କୁମାର ଝା । ରେଡିଓ କଲାର୍ ମାଧ୍ୟମରେ ଜିନ୍ନତ୍କୁ ସାଟେଲାଇଟ୍ ଜରିଆରେ ଟ୍ରାକ୍ କରାଯାଉଛି ।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, GPS ନେଟଓ୍ୱର୍କ ସବୁ ସ୍ଥାନରେ ନ ଥିବାରୁ ଟ୍ରାକିଂରେ ସମସ୍ୟା ରହୁଛି । ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶା ବନ ବିଭାଗ ଜିନ୍ନତକୁ ଟ୍ରାକ କରୁଛନ୍ତି । ଜିନ୍ନତକୁ ଏବେ ଖାଦ୍ୟ ଦେବା ପାଇଁ ଚେଷ୍ଟା କରାଯାଉଛି । ଖାଦ୍ୟ ଗ୍ରହଣ କରିବା ପରେ ତାକୁ ଟ୍ରାଙ୍କୁଲାଇଜ୍ କରାଯିବ ।
ଜିନ୍ନତକୁ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣା ଯାଇଥିଲା। ପ୍ରଥମେ ତାଙ୍କୁ ଶିମିଳିପାଳରେ ଏନକ୍ଲୋଜରରେ ରଖାଯାଇଥିଲା।ପରେ ତାକୁ ଶିମିଳିପାଳର କୋର ଏରିଆ ଭିତରେ ଛାଡ଼ି ଦିଆଯାଇଥିଲା।
ତେବେ ଗତ ୧୦ ତାରିଖରେ ଜିନ୍ନତ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡ ପଳାଇଥିଲା। ଜିନ୍ନତ ପ୍ରଥମେ ଝାଡ଼ଖଣ୍ଡର ଜାମସେଦପୁର ରେଞ୍ଜର ଚାକୁଳିଆ ଅଞ୍ଚଳରେ ଥିଲା। ଗତ ୧୯ ତାରିଖ ରାତିରେ ସେ ସେଠାରୁ ପଶ୍ଚିମବଙ୍ଗକୁ ପଳାଇଥିବା ଜଣାଯାଇଛି ।

ad-week
Leave A Reply

Your email address will not be published.