ଓସିଏ ସଭାପତି ପଦରୁ ବବି ଦାସଙ୍କ ଇସ୍ତଫା

add-all

କଟକ : ଓସିଏ ସଭାପତି ପଦରୁ ଇସ୍ତଫା ଦେଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ୍‌ ବବି। ବ୍ୟକ୍ତିଗତ କାରଣ ପାଇଁ ସେ ଇସ୍ତଫା ଦେଇଛନ୍ତି। ଆଜି ଏନେଇ ଘୋଷଣା କରିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା।
ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, ୪୫ ଦିନ ଭିତରେ ନୂଆ ସଭାପତି ନିର୍ବାଚନ ହେବ। ନିର୍ବାଚନ ପର୍ଯ୍ୟନ୍ତ ଉପସଭାପତି ପଙ୍କଜ ଲୋଚନ ମହାନ୍ତି ଦାୟିତ୍ୱ ସମ୍ଭାଳିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବେ ସଭାପତି ପଦକୁ ଆସିଥିଲେ। ସେ ବେଶୀ ସମୟ ଦେଇପାରୁନ ଥିଲେ ବୋଲି ସଞ୍ଜୟ ବେହେରା କହିଛନ୍ତି।

ad-week
Leave A Reply

Your email address will not be published.