ଶିମିଳିପାଳରେ ୧୩ ଶିକାରୀଙ୍କୁ ଧରିଲା ଏଆଇ କ୍ୟାମେରା

add-all

ବାରିପଦା : ବୈଦ୍ୟୁତିକ ଯନ୍ତ୍ରଂଶ ହେଲେ କ’ଣ ହେଲା? କମାଲ୍‌ କଲା ଏଆଇ(କୃତ୍ରିମ ବୁଦ୍ଧିମତା)। ଏସିଆ ମହାଦେଶର ସର୍ବ ବୃହତ୍ ଜୈବ ମଣ୍ଡଳ ଶିମିଳିପାଳ ଅଭୟାରଣ୍ୟରେ ୧୩ ଶିକାରୀଙ୍କୁ ଧରିଲା! ଏଆଇର ତଥ୍ୟ ଆଧାରରେ ବନ ବିଭାଗ ୧୩ ଜଣ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଶିମିଳିପାଳ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳ ଭାବେ ପରିଚିତ ନ୍ୟାସ୍‌ନାଲ୍‌ ପାର୍କ ଓ ୱାଇଲ୍‌ଡ ଲାଇଫ ରେଜ୍ଞରେ ୧୩ ଜଣ ଶିକାରୀ ଶିକାର କରିଥିବା ପାଇଁ ଯାଉଥିଲେ। ଯାହା ଏଆଇ କ୍ୟାମେରାରେ କଏଦ ହୋଇଥିଲା। ସେହି ତଥ୍ୟ ଆଧାରରେ ଗତ ୧୪ ତାରିଖରେ ବନ ବିଭାଗ ବିଭିନ୍ନ କରଞ୍ଜିଆ ଥାନା ଅନ୍ତର୍ଗତ ରାଣିଭୋଳ, ଅଁଳାକଟା, ରାମଯୋଡି, ଦୁଧିଆଣି ଗାଁରେ ଚଢ଼ଉ କରି ୧୩ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୧୩ଟି ଧନୁ ଓ ୩୩ଟି ତୀର ଜବତ କରିଛି।
ଗତ କିଛିଦିନ ହେଲା ଶିମିଳିପାଳ ଅଭୟାରଣ୍ୟରେ ୧୦୦ଟି ସ୍ଥାନରେ ଏଆଇ କ୍ୟାମେରା ଲଗା ଯାଇଛି। ସେହି କ୍ୟାମେରା ଶିକାରୀଙ୍କ ଫଟୋ କଏଦ କରୁଛି। ଏଆଇ ତଥ୍ୟ ଆଧାରରେ ବନ ବିଭାଗ ଶିକାରୀମାନଙ୍କୁ ଧରିବାରେ ସଫଳ ହେଉଛି।

ad-week
Leave A Reply

Your email address will not be published.