ଚୋରାମଦ କାରବାରକୁ ନେଇ ତାତିଲେ ମହିଳା, ଟାୟାର ଜାଳି ରାସ୍ତାରୋକ

add-all

ରାଜନଗର: ଚୋରାମଦ ବ୍ୟବସାୟୀଙ୍କ ପାଦୁର୍ଭାବରେ ଅତିଷ୍ଠ ହୋଇ ରାସ୍ତାରୋକ କଲେ ମହିଳା। ଭିତରକନିକା ଓ ପେଣ୍ଠ ମୁଖ୍ୟ ରାସ୍ତାର କୁରୁଣ୍ଟି ଛକଠାରେ ଶତାଧିକ ମହିଳା ମଙ୍ଗଳବାର ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଇଂରାଜୀ ନୂତନ ବର୍ଷକୁ ନେଇ ପର୍ଯ୍ୟଟକମାନେ ଭିତରକନିକା, ପେଣ୍ଠ ଭଳି ଅନେକ ସ୍ଥାନକୁ ଯାଇ ବଣଭୋଜିର ମଜା ନେଉଥିବାବେଳେ ଭିତରକନିକା ଓ ପେଣ୍ଠ ମୁଖ୍ୟ ରାସ୍ତାର କୁରୁଣ୍ଟି ଛକଠାରେ ମହିଳାମାନେ ରାସ୍ତାରୋକ କରିଛନ୍ତି।

ଟାୟାର ଜାଳିବା ସହିତ ରାସ୍ତା ଉପରେ ବାଉଁଶ ବାନ୍ଧି ପ୍ରତିବାଦ କରିଛନ୍ତି। ଦିନକୁ ଦିନ ଚୋରାମଦ ବ୍ୟବସାୟଙ୍କ ପାଦୁର୍ଭାବ ବଢ଼ିବାରେ ଲାଗିଛି। ରାଜନଗର ଅଞ୍ଚଳରେ ଖୁଲ୍ଲମ ଖୁଲ୍ଲା ବେଆଇନ ମଦ ବ୍ୟବସାୟ ଚାଲିଛି। ଏହାକୁ ନେଇ ତାତିବା ସହ ଏସବୁ ବନ୍ଦ କରିବା ଦାବିରେ ରାସ୍ତାରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ମହିଳା।

ad-week
Leave A Reply

Your email address will not be published.