ଦୁଇ ପୂର୍ବତନ ମନ୍ତ୍ରୀଙ୍କ ପାଇଁ ମୁଁ ଆଜି ଖଇରିଆ ପୋଷାକ ପିନ୍ଧୁଛି : ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ

add-all

କଟକ : ଦୁଇଜଣ ପୂର୍ବତନ ମନ୍ତ୍ରୀଙ୍କ ପାଇଁ ଆଜି ପିନ୍ଧୁଛି ଏହି ଖଇରିଆ ପୋଷାକ। କାହିଁକି ଏଭଳି କହିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। କିଏ ସେହି ଦୁଇ ପୂର୍ବତନ ମନ୍ତ୍ରୀ। କାହାକୁ ଟାର୍ଗେଟ କରିଛନ୍ତି ପ୍ରଭାତ ବିଶ୍ୱାଳ। ଖାଲି ସେତିକି ନୁହେଁ ସେ ବିଜୁ ଜନତା ଦଳ ପାଇଁ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ଅବଦାନ କଥା ମଧ୍ୟ ବଖାଣିଛନ୍ତି। ପ୍ରଭାତ କହିଛନ୍ତି କୃଷ୍ଣ କଂସ, ରାମ ରାବଣ । ଏ ହେଉଛି ଗୋଡ଼ ଟଣା ରାଜନୀତି। ତାଙ୍କ ବିରୁଦ୍ଧରେ ଟ୍ରେଜେରୀରେ ମିଛ ଦଲିଲ ପ୍ରସ୍ତୁତ ହୋଇଛି। ଖଇରିଆ ପୋଷାକ ପିନ୍ଧିବା ବେଳେ ସେ ସବୁ କଥା ମନେ ପଡି ଯାଉଛି। ମନ ଭିତରେ ଅନେକ ଦୁଃଖ ରହିଛି। ଚୋର ଚୋରି କରି ସାଧୁ ମୁଣ୍ଡରେ ଅଠା ବୋଳି, ଚୋର କହୁଛନ୍ତି ଚୋର ପଳାଇଲା ଚୋରକୁ ଧର। ସତ୍ୟ ପ୍ରକାଶ କରିବାର ସୁଯୋଗ ନଥିଲା।

ସାହିତ୍ୟିକ ପ୍ରାଧ୍ୟାପକ ପ୍ରଶାନ୍ତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଝରଣା ବିଶ୍ବାଳଙ୍କ ସ୍ମୃତି ଚାରଣ ସଭାରେ ଏଭଳି ଖୁଲାସା କରିଛନ୍ତି ପ୍ରଭାତ ବିଶ୍ୱାଳ। ୨୦୧୨ ପଞ୍ଚାୟତ ନିର୍ବାଚନ ସମୟରେ ରାଜ୍ୟରେ କେତେ ଜିଲ୍ଲା ପରିଷଦ ଆସନରେ ବିଜେଡି ଆସିବ। ସେହି ଆକଳନ କରୁଥିଲେ ପ୍ୟାରୀମୋହନ ମହାପାତ୍ର। ଯେଉଁଠି ପ୍ରଶାନ୍ତ ବିଶ୍ୱାଳ ପ୍ୟାରୀଙ୍କ ସହଯୋଗୀ ଭାବରେ ସେ ଆଲୋଚନାରେ ସାମିଲ ହେଉଥିଲେ। ପ୍ରଶାନ୍ତ ବିଶ୍ବାଳଙ୍କ ସ୍ମୃତି ଚାରଣ ସଭାରେ ଏଭଳି ଅନେକ କଥା କହିବା ସହିତ ଦୁଇ ଜଣ ପୂର୍ବତନ ମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ତେବେ କିଏ ସେହି ଦୁଇ ପୂର୍ବତନ ମନ୍ତ୍ରୀ ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ପ୍ରଭାତ କହିଛନ୍ତି ସବୁକଥା ଏହି ଶ୍ରଦ୍ଧାଞ୍ଜଳି ସଭାରେ କହି ହେବ ନାହିଁ। ପ୍ରଭୁ ଅଛନ୍ତି ଜଗନ୍ନାଥ ଅଛନ୍ତି। ରାମାୟଣରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ଓ ରାବଣ ଏବଂ ମହାଭାରତରେ ଭଗବାନ କୃଷ୍ଣ ଓ କଂସ ଅଛନ୍ତି। ସେମିତି ରାଜନୀତିରେ ଅଛି, ତାହାର ନମୂନା ବିଭିନ୍ନ ସମୟରେ ଦେଇ ଆସିଛି।

ad-week
Leave A Reply

Your email address will not be published.