ମାଆ ହେଲା କଳା କଲରାପତରିଆ ବାଘ

add-all

ଭୁବନେଶ୍ୱର: ନୟାଗଡ଼ ଜଙ୍ଗଲରେ କଳା କଲରାପତରିଆ ବାଘ ନିଜ ଛୁଆକୁ ବହନ କରୁଥିବା ଏକ ବିରଳ ଚିତ୍ର ଦେଖିବାକୁ ମିଳିଛି। ଅର୍ଥାତ୍ ଦ୍ୱିତୀୟ ଥର ପାଇ ମା ହେଲା କଳା କଲରାପତରିଆ ବାଘ। ସୂଚନା ଦେଇଛନ୍ତି ନୟାଗଡ ବନାଞ୍ଚଳ ଅଧିକାରୀ ।

ନୟାଗଡ ବନାଞ୍ଚଳ ଅଧୀନ ଓ ମହାନଦୀ ୱାଇଲଡ଼ ଲାଇଫ ବନାଞ୍ଚଳ ଅଧୀନରେ ୪ ଗୋଟି କଳା କାଳରପତରିଆ ବାଘ ରହିଥିଲେ। ଗତ ବର୍ଷ ୨ ଟି ଛୁଆ ଜନ୍ମ କରିଥିଲେ। ଚଳିତ ବର୍ଷ କିଛି ଛୁଆ ଜନ୍ମ ଦେଇଥିବା ନଜର ଆସିଛି। ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି ପିସିସିଏଫ ପ୍ରେମ୍ କୁମର ଝା।

ବାଘ ଟି ଛୁଆକୁ ପାଟିରେ ନେଇକି ଯାଉଥିବା କ୍ୟାମେରାରେ କଏଦ ହୋଇଛି। କେତେ ଛୁଆ ଜନ୍ମ ହୋଇଛି ବନ ବିଭାଗ ପାଖରେ ଖବର ନାହିଁ। ବାଘ ଚଳ ପ୍ରଚଳ କ୍ୟାମେରାରେ କଏଦ ହେଲେ ଛୁଆ ସଂଖ୍ୟା ଜଣାପଡ଼ିବ ବୋଲି ନୟାଗଡ ବନାଞ୍ଚଳ ଅଧିକାରିଣୀ କହିଛନ୍ତି।

ad-week
Leave A Reply

Your email address will not be published.