୧୦ ଡିଗ୍ରୀ ତଳେ ୯ ସହର; ସବୁଠୁ ଥଣ୍ଡା ଜି.ଉଦୟଗିରି

add-all

ଭୁବନେଶ୍ବର: ରାଜ୍ୟରେ ଏବେ ଜାରି ରହିଛି ଶୀତର ଲହରି। ବିଭିନ୍ନ ସହରମାନଙ୍କରେ ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଖସୁଛି ରାତି ତାପମାତ୍ରା । ଏବେ ପ୍ରବଳ ଜାଡ଼ରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ୧୦ ଡିଗ୍ରୀ ତଳେ ରହିଛି ୯ ସହରର ତାପମାତ୍ରା । ୫ ଡିଗ୍ରୀ ତାପମାତ୍ରା ସହ ଜି.ଉଦୟଗିରି ପାଲଟିଛି ସବୁଠୁ ଥଣ୍ଡା ସହର । ସେହିପରି ସେମିଳିଗୁଡ଼ା ୫.୯, ଫୁଲବାଣୀ ୮, ଦାରିଙ୍ଗବାଡ଼ି ୮.୫ ଡିଗ୍ରୀ, କୋରାପୁଟ ୯.୪, ରାଉରକେଲା ତାପମାତ୍ରା ୯.୫ ଡିଗ୍ରୀ, ଝାରସୁଗୁଡ଼ା, ଭବାନୀପାଟଣା, ନବରଂଗପୁର ୯.୮ ଡିଗ୍ରୀ ରେକର୍ଡ କରିଛି ।

ଅନ୍ୟପଟେ ଆସନ୍ତାକାଲିଠୁ ଶୀତ ପ୍ରକୋପ କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨ରୁ ୩ ଡିଗ୍ରୀ ଯାଏଁ ବଢିପାରେ ପାରଦ। ସକ୍ରିୟ ହେବାକୁ ଥିବା ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଶୀତର ପ୍ରଭାବ କମିବ। ପଶ୍ଚିମା ଝଡ଼ ପ୍ରଭାବରେ ଶୁଷ୍କ ଥଣ୍ଡା ବାୟୁ ଦୁର୍ବଳ ହେବ। ଏଥିସହ ପୂର୍ବ ଦିଗରୁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ପାଇବ। ଫଳରେ ଆଜି ପରଠୁ ରାତି ତାପମାତ୍ରା ବୃଦ୍ଧି ପାଇବ। ଏହା କାରଣରୁ ରାଜ୍ୟରେ ଶୀତର ପ୍ରଭାବ କମିବ।

ad-week
Leave A Reply

Your email address will not be published.