କୁମ୍ଭମେଳାକୁ ବୋମାରେ ଉଡ଼ାଇବାକୁ ଧମକ, ବନ୍ଧା ହେଲେ ଯୁବକ

add-all

ଆଉ ଦିନ କେଇଟା ପରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହେବ କୁମ୍ଭମେଳା। ତେବେ ଏବେ ଠାରୁ ହିଁ ଏଠାରେ ଶ୍ରଦ୍ଧାଳୁ ଓ ବିଭିନ୍ନ କୋଣ ଅନୁକୋଣରୁ ବାବାମାନେ ଆସି ଡେରା ପକାଇ ସାରିଲେଣି। କୁମ୍ଭମେଳାକୁ ନେଇ ପ୍ରୟାଗରାଜରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହାରି ଭିତରେ ନିକଟରେ କୁମ୍ଭମେଳାକୁ ବୋମାରେ ଉଡ଼ାଇ ଦେବାକୁ ଜଣେ ଯୁବକ ଧମକ ଦେଇଥିଲେ। ଏହକୁ ନେଇ ଆତଙ୍କ ଖେଳି ଯାଇଥିଲା। ଏବେ ଉକ୍ତ ଧମକ ଦେଇଥିବା ଯୁବକଙ୍କୁ ପୁଲିସ ବିହାରରୁ ଗିରଫ କରିଛି।

ଗିରଫ ଯୁବକ ଜଣକ ହେଲେ ବିହାର ପୂର୍ଣ୍ଣିଆର ଆୟୁଷ କୁମାର ଜୟସଓ୍ୱାଲ। ଡିସେମ୍ବର ୩୧ ତାରିଖରେ ଆୟୁଷ ନାସିର ପଠାନ୍‌ ନାଁରେ ସୋଶାଲ ମିଡିଆରେ କୁମ୍ଭମେଳାକୁ ବୋମାରେ ଉଡାଇ ଦେବାକୁ ଧମକ ଦେଇଥିଲେ। ଏହାପର ଠାରୁ ୟୁପି ପୁଲିସ ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କରିବା ପାଇଁ ଚେଷ୍ଟା ଚଳାଇଥିଲା।

ତେବେ ଶନିବାର ୟୁପି ପୁଲିସ ଭବାନୀପୁର ପୁଲିସର ସହାୟତାରେ ସହିଦଗଞ୍ଜ ପଞ୍ଚାୟତର ଓ୍ୱାର୍ଡ-୪ରେ ଚଢ଼ାଉ କରି ଆୟୁଷ କୁମାରଙ୍କୁ ଗିରଫ କରିଥିଲା। ଭବାନୀପୁର ଥାନା ଅଧ୍ୟକ୍ଷଙ୍କ କହିବା ମୁତାବକ ଆୟୁଷ କୁମାର ସହିଦଗଞ୍ଜ ପଞ୍ଚାୟତର ବାସିନ୍ଦା। ସେ ବେଶ୍‌ ସାତିର୍‌। ସେ ଧମକ ଦେବା ପରେ ନେପାଳ ଚାଲି ଯାଇଥିଲା। ତେବେ କିଛି ଦିନ ତଳେ ହିଁ ସେ ନିଜ ଘରକୁ ଫେରିଥିଲା। ଏହି ସୂଚନା ମିଳିବା ପରେ ୟୁପି ପୁଲିସ୍‌ ଚଢ଼ାଉ କରି ତାକୁ ଗିରଫ କରିଛି।

ଆୟୁଷ ବିରୋଧରେ ପୁଲିସ ଭିନ୍ନ ଭିନ୍ନ ମାମଲା ରୁଜୁ କରି ତଦନ୍ତ ଜାରି ରହିଖିଛି। ତାଙ୍କର କେତୋଟି ସୋଶାଲ ମିଡିଆ ଆକାଉଣ୍ଟ ରହିଛି। ସେ ନା ଆଉ କିଏ ଏହାକୁ ଚଳାଉଥିଲେ ତାହା ନେଇ ମଧ୍ୟ ତଦନ୍ତ ଜାରି ରଖିଛି। ଆୟୁଷ ସହ ନେପାଳ ଆଉ କିଏ ଯାଇଥିଲା। ନେପାଳରେ ସେ କାହା କାହା ସହ ମିଶି ଥିଲା। ତା’ର ମଧ୍ୟ ଯାଞ୍ଚ କରୁଛି ପୁଲିସ।

କହିରଖୁ ଯେ, ଆସନ୍ତା ଜାନୁଆରୀ ୧୩ ତାରିଖରେ ପ୍ରୟାଗରାଜରେ ଆୟୋଜିତ ହେବା ମହା କୁମ୍ଭମେଳା। ଏହା ଫେବ୍ରୁଆରୀ ୨୬ ଯାଏ ଚାଲିଛି। ଏହି ମହାକୁମ୍ଭ ମେଳା ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି। ଏହି କୁମ୍ଭମେଳାକୁ ପ୍ରାୟ ୪୦ କୋଟି ଲୋକଙ୍କ ସମାଗମ ହେବା ଆଶା କରାଯାଉଛି।

ad-week
Leave A Reply

Your email address will not be published.