ମହାକୁମ୍ଭରେ ଆକର୍ଷଣ ସାଜିଛନ୍ତି ୩ଫୁଟ୍ ୮ଇଞ୍ଚ୍ ର ଛୋଟୁ ବାବା, ୩୨ବର୍ଷ ହେବ ନ ଗାଧୋଇ ଚର୍ଚ୍ଚାରେ

Independence

ଉତ୍ତରପ୍ରଦେଶ 06/01 : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଆରମ୍ଭ ହେବ ମହାକୁମ୍ଭ ମେଳା। ଏଥିପାଇଁ ନାଗା ସାଧୁଙ୍କ ଆସିବା ଆରମ୍ଭ ହୋଇଗଲାଣି। ଚଳିତ ମହାକୁମ୍ଭରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଗଙ୍ଗାପୁରୀ ମହାରାଜ ଅର୍ଥାତ୍ ଛୋଟୁ ବାବା। ସେ ସେ ଦିନେ ନୁହେଁ, କି ମାସେ ନୁହେଁ ଦୀର୍ଘ ୩୨ ବର୍ଷ ଧରି ଗାଧୋଇ ନାହାନ୍ତି । କଥାଟା ଅଡ଼ୁଆ ଲାଗୁଥିଲେ ବି ସତ । ସେ ନ ଗାଧୋଇ ଅଛନ୍ତି ଚର୍ଚ୍ଚାରେ।
ବଡ଼ କଥା ହେଉଛି…ତାଙ୍କ ଉଚ୍ଚତା ମାତ୍ର ୩ ଫୁଟ୍ ୮ ଇଞ୍ଚ୍ । ସେ ନିଜ ଉଚ୍ଚତା ପାଇଁ ଛୋଟୁ ବାବା ନାଁରେ ପରିଚିତ । ଆସାମର କାମାକ୍ଷା ପୀଠରୁ ଆସିଛନ୍ତି । ସେ ଅନ୍ୟକୁ ଗାଧୋଇବାକୁ କୁହନ୍ତି କିନ୍ତୁ ନିଜେ ପ୍ରାୟ ୩୨ ବର୍ଷ ହେବ ଗାଧୋଇ ନାହାନ୍ତି । ଏହା ପଛରେ ଏକ ସଂକଳ୍ପ ଥିବା ସେ କହିଛନ୍ତି । ଯାହାକୁ ସେ ସର୍ବଜନୀତ କରିବାକୁ ଚାହାନ୍ତିନି।
ତେବେ ଛୋଟୁ ବାବା ଏବେ ମହାକୁମ୍ଭ ମେଳାର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ତାଙ୍କ ଲୋକପ୍ରିୟତା ଏତେ ଯେ, ତାଙ୍କୁ ବାହାରେ ଦେଖିବାମାତ୍ରେ ଲୋକମାନେ ତାଙ୍କ ସହ ସେଲ୍ଫି ନେବାକୁ ଚାଲି ଆସୁଛନ୍ତି। ତେବେ ଛୋଟୁ ବାବା ସିନା ଉଚ୍ଚତାର ଛୋଟ କିନ୍ତୁ ତାଙ୍କର ରହିଛି ଅନେକ ଆଧ୍ୟାତ୍ମିକ ଜ୍ଞାନ। ଅନ୍ୟ ବାବାମାନେ ବି ସମାନ କଥା କୁହନ୍ତି, ସେ ଉଚ୍ଚତାରେ ଛୋଟ କିନ୍ତୁ ଆଧ୍ୟାତ୍ମିକ କ୍ଷେତ୍ରରେ ରହିଛି ଗଭୀର ଜ୍ଞାନ। ସେ ତାଙ୍କ ଉଚ୍ଚତାକୁ ଦୁର୍ବଳ ନୁହେଁ, ଶକ୍ତି ବୋଲି କୁହନ୍ତି।
ସେପଟେ ମହାକୁମ୍ଭ ୨୦୨୫କୁ ଆରାମଦାୟକ ଓ ସ୍ମରଣୀୟ କରି ରଖିବା ପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥର ଲକ୍ଷ୍ୟ ରହିଛି ମହାକୁମ୍ଭ ସ୍ଥଳକୁ ସଫାସୁତୁରା ଓ ସ୍ୱାସ୍ଥ୍ୟକର କରାଯିବ ।

ad-week
Leave A Reply

Your email address will not be published.