୭.୧ ତୀବ୍ରତାରେ ଥରିଲା ନେପାଳ, ୯୭ ଜଣଙ୍କର ମୃତ୍ୟୁ, ଉଦ୍ଧାରକାର୍ଯ୍ୟ ଜାରି

add-all

ତିବ୍ଦତରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ବଢ଼ୁଛି ମୃତ୍ୟୁସଂଖ୍ୟା। ବିଭିନ୍ନ ସ୍ଥାନରେ ବୃହତ୍ତକାୟ କୋଠା ଭୁଶୁଡ଼ି ପ୍ରାୟ ୯୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏଥିରେ ଏପର୍ଯ୍ୟନ୍ତ ୧୩୦ରୁ ଅଧିକ ଆହତଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଅନ୍ତର୍ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ ଆଜି ସକାଳେ ଗୋଟାଏ ଘଣ୍ଟା ମଧ୍ୟରେ ଲଗାତାର ୬ ଥର ଭୂମିକମ୍ପ ହୋଇଥିଲା। ପ୍ରଥମ ଥର ୭.୧ ତୀବ୍ରତାରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ବିଶେଷ କରି ନେପାଳ ଓ ତିବ୍ଦତରେ ଅନେକ ବିଶାଳକାୟ କୋଠାକୁ ମାଟିରେ ମିଶାଇ ଦେଇଥିଲା। ଏହା ତଳେ ଅନେକ ଲୋକ ଚାପି ହୋଇଯାଇଥିଲେ।

ଏହି ଭୂକମ୍ପ ଝଟକା ତିବ୍ଦତ ଓ ନେପାଳ ସମେତ ଚୀନ, ବାଙ୍ଗଲାଦେଶ ଓ ଉତ୍ତର ଭାରତର ଅନେକ ସ୍ଥାନରେ ଅନୁଭୂତ ହୋଇଛି। ଭାରତରେ ରାଜଧାନୀ ଦିଲ୍ଲୀଠାରୁ ଆରମ୍ଭ କରି ବିହାର, ପଶ୍ଚିମବଙ୍ଗ, ଆସାମ ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା କାରଣରୁ ଲୋକେ ଭୟରେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ।

ad-week
Leave A Reply

Your email address will not be published.