ମମତା ବାନାର୍ଜୀଙ୍କୁ କଡ଼ା ଜବାବ ଦେଲେ ଜଙ୍ଗଲ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ

add-all

ଭୁବନେଶ୍ବର: ବାଘକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ଉପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରୁ ଆଉ କିଛି ବାଘ ପଶ୍ଚିମବଙ୍ଗ ଯାଇନି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେମିତି ସମ୍ମାନ ଦେବେ, ସେମିତି ସମ୍ମାନ ପାଇବେ। ଆଇନ୍ ସବୁ ରାଜ୍ୟ ପାଇଁ, ସମସ୍ତେ ମାନିବା କଥା।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଆହୁରି କହିଛନ୍ତି, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର। କେନ୍ଦ୍ରରେ ନରେନ୍ଦ୍ର ମୋଦୀଜୀଙ୍କ ସରକାର ଓ ଓଡ଼ିଶାରେ ବିଜେପିର ମୋହନ ଚରଣ ମାଝୀଙ୍କ ସରକାର ଅଛି ବୋଲି ତାଙ୍କର ଟିକେ ଆକ୍ରୋଶ ଅଛି। ଆମ ପାଖରେ ପର୍ଯ୍ୟାପ୍ତ ଜଙ୍ଗଲ ଅଛି। ଜଙ୍ଗଲ ଯେଉଁଠି ଅଛି ଜୀବଜନ୍ତୁ ସେଠାକୁ ଯିବେ। ବାଘ ରଖିବା ପାଇଁ ଆମ ପାଖରେ ଜାଗା ନ ଥିଲେ ଶିମିଳିପାଳ ଭଳି ଅଭୟାରଣ୍ୟ କେମିତି ଅଛି? ଜାତୀୟ ଜଙ୍ଗଲ ନିୟମ ଅନୁସାରେ ସବୁ ସରକାର ସହଯୋଗ କରିବା କଥା। ସବୁ ସରକାରଙ୍କ ସହଯୋଗ ଆମେ ଆଶା କରୁଛୁ। ଆମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ସେଠାକାର ବନ ବିଭାଗକୁ ଧନ୍ୟବାଦ ଦେଉଛୁ।

ad-week
Leave A Reply

Your email address will not be published.