ସପ୍ତାହକୁ ୯୦ ଘଣ୍ଟା କାମ କର : ଏଲଏଣ୍ଡଟି ଅଧ୍ୟକ୍ଷଙ୍କ ବୟାନକୁ ନେଇ ଚର୍ଚ୍ଚା

add-all

ନୂଆଦିଲ୍ଲୀ: ଲାର୍ସନ୍ ଆଣ୍ଡ ଟୁବ୍ରୋର ଅଧ୍ୟକ୍ଷ ଏସ୍ ଏନ୍ ସୁବ୍ରମଣ୍ୟମ୍ ହଠାତ୍ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଯାଛନ୍ତି। ଇନଫୋସିସର ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ୭୦ ଘଣ୍ଟା କାମ କରିବାକୁ ଦେଇଥିବା ବୟାନ ପରେ ଏସଏନ ସୁବ୍ରମଣ୍ୟମ କହିଛନ୍ତି ଯେ ପ୍ରତିଦ୍ୱନ୍ଦ୍ୱିତାରେ ରହିବା ପାଇଁ କର୍ମଚାରୀମାନେ ରବିବାର ସମେତ ସପ୍ତାହକୁ ୯୦ ଘଣ୍ଟା କାମ କରିବା ଉଚିତ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତାରେ ସୁବ୍ରମଣ୍ୟମ କର୍ମଚାରୀମାନେ ସପ୍ତାହକୁ ୯୦ ଘଣ୍ଟା କାମ କରିବାକୁ ପରାମର୍ଶ ଦେଇ ବିବାଦ ସୃଷ୍ଟି କରିଛନ୍ତି। ଏହି ଭିଡିଓରେ ପଚରାଯିବାରୁ ଯେ ଏଲ୍ ଆଣ୍ଡ୍ ଟି ଏହାର କର୍ମଚାରୀମାନଙ୍କୁ ଶନିବାର ଦିନ କାହିଁକି କାମ କରାଇଥାଏ ବୋଲି ପଚରାଯିବାରୁ ସୁବ୍ରମଣ୍ୟମ୍ କହିଛନ୍ତି, ସତ କହିବାକୁ ଗଲେ ମୁଁ ଦୁଃଖିତ ଯେ ମୁଁ ରବିବାର ଦିନ ଆପଣଙ୍କୁ କାମ କରାଇପାରୁନାହିଁ। ଯଦି ମୁଁ ତୁମକୁ ରବିବାର ଦିନ କାମ କରାଇପାରିବି ତେବେ ମୁଁ ଅଧିକ ଖୁସି ହେବି, କାରଣ ମୁଁ ରବିବାର ଦିନ ମଧ୍ୟ କାମ କରେ ।

ସୁବ୍ରମଣ୍ୟମଙ୍କ ଏହି ବୟାନକୁ ନେଇ ବିବାଦ ଦେଖାଦେଇଛି । ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ କହିଛନ୍ତି ଯେ ଏପରି ଉଚ୍ଚ ପଦବୀରେ ଥିବା ଲୋକ ଏପରି ବୟାନ ଦେବା ଆଶ୍ଚର୍ଯ୍ୟଜନକ ।

ad-week
Leave A Reply

Your email address will not be published.