ଆଉ କିଛି ଦିନ ପରେ ଆଳୁ ଦର କମିଯିବ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

add-all

ଭୁବନେଶ୍ବର: ଅପେକ୍ଷା କରନ୍ତୁ, ଆଉ କିଛି ଦିନର ବ୍ୟବଧାନ ପରେ ଆଳୁ ଦର କମିଯିବ। ଏହା କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ  କୃଷ୍ଣଚନ୍ଦ୍ର ପାତ୍ର।

ସେ କହିଛନ୍ତି, ପଶ୍ଚିମବଙ୍ଗରୁ ପର୍ଯ୍ୟାପ୍ତ ଆଳୁ ନ ଆସିବାରୁ ରାଜ୍ୟରେ ଆଳୁ ଦର ବୃଦ୍ଧି ପାଉଛି। କାହିଁକି ପଶ୍ଚିମବଙ୍ଗରୁ ଆସୁନାହିଁ ଆଳୁ? ଆଉ କେବେ ଆଳୁ ଦର ନିୟନ୍ତ୍ରଣକୁ ଆସିବ ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗ ଓ ଓଡ଼ିଶା ଭିତରେ କିଛି ଟକରାଟକରି ନାହିଁ। ଆଳୁ ଯୋଗାଣ ନେଇ ସେମାନଙ୍କ ସହ ଫାଇଟ୍ କରିବାକୁ ଚାହୁଁନୁ। ପଶ୍ଚିମବଙ୍ଗ ସରକାର ତାଙ୍କ ପଲିସି ଅନୁସାରେ କାମ କରୁଛନ୍ତି। ଆମେ ଆମ ପଲିସି ତିଆରି କରିବୁ। ଆଳୁରେ ସ୍ୱୟଂସମ୍ପୂର୍ଣ୍ଣ ହେବ ଓଡ଼ିଶା। ଆଳୁ ପାଇଁ କାହା ପାଖରେ ହାତ ପତାଇବାକୁ ଚାହୁଁନାହୁଁ। 

ad-week
Leave A Reply

Your email address will not be published.