ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବ ଆମ ଯୁବ ଶକ୍ତି – ପ୍ରଧାନମନ୍ତ୍ରୀ

add-all

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯୁବବର୍ଗଙ୍କ ଶକ୍ତି ଖୁବ୍ ଶୀଘ୍ର ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବ। ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ବିକଶିତ ଭାରତ ଯୁବ ନେତା ସଂଳାପ ୨୦୨୫ ଅବସରରେ ଶ୍ରୀ ମୋଦୀ କହିଛନ୍ତି ଯେ ଭାରତର ଯୁବ ଶକ୍ତି ଉଲ୍ଲେଖନୀୟ ପରିବର୍ତନ ଆଣିବାରେ ସହାୟକ ହେଉଛି। ତାଙ୍କର ବିଶ୍ୱାସ ନୂଆ ପିଢ଼ି ଉପରେ ରହିଛି ଏବଂ ଯୁବପିଢ଼ି ସବୁ ସମସ୍ୟାର ସମାଧାନ ପାଇବେ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିବା ପାଇଁ ଦେଶର ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସାମୂହିକ ପ୍ରୟାସ ଆବଶ୍ୟକ। ସମୟ ପୂର୍ବରୁ ଭାରତ ଅନେକ କ୍ଷେତ୍ରରେ ନିଜର ଲକ୍ଷ୍ୟ ହାସଲ କରୁଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି, ଏକ ବିକଶିତ ଭାରତ ଅର୍ଥନୈତିକ, ରଣନୈତିକ, ସାମାଜିକ ଏବଂ ସାଂସ୍କୃତିକ ସ୍ତରରେ ସଶକ୍ତ ହେବ। ଗତ ଏକ ଦଶନ୍ଧି ମଧ୍ୟରେ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି।

ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ତିନି ଦିନିଆ ‘ବିକଶିତ ଭାରତ ଯୁବ ନେତା ବାର୍ତ୍ତାଳାପ’ ଯୁବପିଢ଼ିଙ୍କୁ ବିକସିତ ଭାରତ ପାଇଁ ଅଭିନବ ସମାଧାନ ଉପସ୍ଥାପନ ପାଇଁ ଏକ ଅନନ୍ୟ ମଞ୍ଚ ପ୍ରଦାନ କରିଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦୀ ଦେଶର ତିନି ହଜାର ଯୁବ ନେତାଙ୍କ ସହ ଆଲୋଚନା କରିଥିଲେ। ଦେଶର ଭବିଷ୍ୟତ ଗଠନ ପାଇଁ ସେମାନଙ୍କ ଚିନ୍ତାଧାରାରେ ଯୋଗଦାନ କରିବା ସହିତ ନୀତି ନିର୍ଦ୍ଧାରକ, ଜାତୀୟ ଏବଂ ବିଶ୍ଵସ୍ଥରୀୟ ନେତାମାନଙ୍କ ସହ ସିଧାସଳଖ ଜଡ଼ିତ ହେବାର ସୁଯୋଗ ପ୍ରଦାନ କରିଥିଲା ଏହି ବାର୍ତ୍ତାଳାପ।

ad-week
Leave A Reply

Your email address will not be published.