କପିଳ ଦେବଙ୍କୁ ହତ୍ୟା କରିବାକୁ ବନ୍ଧୁକ ଧରି ତାଙ୍କ ଘରକୁ ଯାଇଥିଲି: ଯୋଗରାଜ

add-all

ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହ ସର୍ବଦା ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଆସନ୍ତି। ସେ ଏବେ ପୁଣି ଥରେ ଅନୁରୂପ ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ସେ ଏକଦା କପିଳ ଦେବଙ୍କୁ ହତ୍ୟା କରିବାକୁ ବନ୍ଧୁକ ଧରି ତାଙ୍କ ଘରକୁ ଯାଇଥିଲି ବୋଲି ଯୋଗରାଜ କହିଛନ୍ତି।

ଯୋଗରାଜ କହିଛନ୍ତି, ୧୯୮୩ ବିଶ୍ଵକପ ବିଜେତା ଭାରତୀୟ କ୍ରିକେଟ ଦଳର ଅଧିନାୟକ ଥିବା କପିଳ ଦେବ ତାଙ୍କୁ ଭାରତୀୟ ଦଳରୁ ବାହାର କରିଦେଇଥିଲେ। ତେଣୁ ସେ ତାଙ୍କୁ ମାରିବାକୁ ବନ୍ଧୁକ ଧରି ତାଙ୍କ ଘରକୁ ଯାଇଥିଲେ। କିନ୍ତୁ ସେ କପିଳଙ୍କୁ ତାଙ୍କ ମା’ଙ୍କ ପାଇଁ ଛାଡ଼ି ଦେଇଥିଲି।

୧୯୮୦-୮୧ରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ ଏବଂ ୬ଟି ଦିନିକିଆ ଖେଳିଥିବା ଯୋଗରାଜ କହିଛନ୍ତି, କପିଳ ଦେବା ଯେତେବେଳେ ଟିମ ଇଣ୍ଡିଆ, ଉତ୍ତରାଞ୍ଚଳ ଏବଂ ହରିୟାଣାର ଅଧିନାୟକ ଥିଲେ ସେ ବିନା କୌଣସି କାରଣରେ ତାଙ୍କୁ ଦଳରୁ ବାହାର କରିଦେଇଥିଲେ। ମୋ ସ୍ତ୍ରୀ ଏ ବିଷୟରେ କପିଳଙ୍କୁ ପଚାରିବାକୁ କହିଥିଲେ। କିନ୍ତୁ ମୁଁ କପିଳଙ୍କୁ ଏକ ଶିକ୍ଷା ଦେବି ବୋଲି ମୋ ସ୍ତ୍ରୀଙ୍କୁ କହିଥିଲି। ତେଣୁ ମୁଁ ମୋ ବନ୍ଧୁକ ସାଥୀରେ ଧରି ତା’ଙ୍କ ଘରକୁ ଯାଇଥିଲି। ତାଙ୍କ ଘରେ ପହଞ୍ଚିବା ପରେ ତାଙ୍କ ମା’ଙ୍କ ସହିତ କପିଳ ବାହାରକୁ ଆସିଥିଲେ। ମୁଁ ତାଙ୍କୁ ବହୁତ ଗାଳି କରିଥିଲି। ମୁଁ ତାଙ୍କୁ କହିଥିଲି ଯେ, ମୁଁ ତୁମ ମୁଣ୍ଡରେ ଗୁଳି କରିବାକୁ ଚାହୁଁଛି। କିନ୍ତୁ ତାହା ମୁଁ କରିପାରୁନି। କାରଣ ତୁମର ଜଣେ ମା’ ତୁମ ପାଖରେ ଛିଡ଼ା ହୋଇଛନ୍ତି। ତେଣୁ ମୁଁ ମୋ ସ୍ତ୍ରୀ ସହିତ ସେଠାରୁ ଚାଲିଆସିଲି ଏବଂ ସେବେଠାରୁ କ୍ରିକେଟ ଖେଳିବି ନାହିଁ ବୋଲି ନିଷ୍ପତ୍ତି ନେଇଥିଲି। ତାଙ୍କୁ ଦଳରୁ ବାହାର କରାଯିବା ପଛରେ ପୂର୍ବତନ ସ୍ପିନର ବିସନ ସିଂହ ବେଦୀଙ୍କ ହାତ ଥିଲା ବୋଲି ଯୋଗରାଜ କହିଛନ୍ତି।

ad-week
Leave A Reply

Your email address will not be published.