ଥମୁନି ଆମେରିକାରେ ନିଆଁ, ହଜାର ହଜାର ପଶୁପକ୍ଷୀ ମୃତ

add-all

ଆମେରିକାରେ ଲସ୍ ଆଞ୍ଜେଲସରେ ଲାଗିଥିବା ନିଆଁରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରୁ ୫ ଜଣ ପାଲିସଡେସ୍ ଅଗ୍ନିଶମ ଜୋନରୁ ଚିହ୍ନଟ ହୋଇଥିବା ବେଳେ ୧୧ ଜଣ ଇଟନ୍ ଫାୟାର ଜୋନରୁ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଲସ୍ ଏଞ୍ଜେଲସ୍ ଆଖପାଖ ଅଞ୍ଚଳରେ ନିଆଁ ଜଳୁଛି, ଯେଉଁଥିରେ ଇଟନ୍, ହର୍ଷ୍ଟ, କେନେଥ୍ ଏବଂ ପାଲିସାଡେସ୍ ଅଗ୍ନିକାଣ୍ଡ ସମେତ ଅନ୍ୟୂନ ୪ଟି ବଡ଼ ଅଗ୍ନିକାଣ୍ଡ ଘଟିଛି, ଯାହା ପ୍ରାୟ ୩୮,୨୭୬ ଏକର ଜମିରେ ବ୍ୟାପିଛି। ୨ଟି ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ମିଳିଛି। ୧୨ ହଜାରରୁ ଅଧିକ ଘର ଓ ଅନ୍ୟାନ୍ୟ ଢାଞ୍ଚା ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡ ଜାରି ରହିଥିବାରୁ ଏକ ଲକ୍ଷରୁ ଅଧିକ ବାସିନ୍ଦାଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ ଦିଆଯାଇଛି। ବୁଧବାର ପର୍ଯ୍ୟନ୍ତ ପ୍ରବଳ ପବନ ବହିବାର ପୂର୍ବାନୁମାନ କରାଯାଇଛି ଫଳରେ ନିଆଁ ଆହୁରି ବ୍ୟାପିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ସଂଘର୍ଷ ଜାରି ରଖିଛନ୍ତି।

ତେବେ ଏହି ବ୍ୟାପକ ଅଗ୍ନିକାଣ୍ଡରେ ହଜାର ହଜାର ଏକର ଜଙ୍ଗଲ ଜଳିପୋଡ଼ି ପାଉଁଶ ହୋଇଯାଇଛି ଓ ଏହି ନିଆଁ ଗୋଟିଏ ପରେ ଗୋଟିଏ ଜଙ୍ଗଲ ନଷ୍ଟ କରୁଛି ଫଳରେ ବହୁ ସଂଖ୍ୟାରେ ପଶୁପକ୍ଷୀଙ୍କ ମୃତ୍ୟୁ ହେଉଛି। ଅଗ୍ନିଶମ ବିଭାଗ ଏବଂ ସେନା ପକ୍ଷରୁ ନିଆଁକୁ ଆୟତ୍ତ କରିବା ପାଇଁ ୨୪ ଘଣ୍ଟିଆ ଯୋଜନା କରାଯାଇ ଉଦ୍ୟମ କରାଯାଉଛି।

ad-week
Leave A Reply

Your email address will not be published.