ଝାରସୁଗୁଡ଼ାରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

add-all

ଝାରସୁଗୁଡ଼ା:ଝାରସୁଗୁଡ଼ାରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । କିର୍ମିରା ଅନାସ୍ଥାକୁ ନେଇ ସୃଷ୍ଟି ହୋଇଥିବା ହାଇ ଭୋଲଟେଜ ଡ୍ରାମା ଓ ତତ ପରବର୍ତ୍ତୀ ସ୍ଥିତିକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଏହି ଘଟଣାକୁ କେନ୍ଦ୍ର କରି ବିଜେଡିର ଏକ ୭ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରାଯାଇଥିଲା। ଆଜି ଏହି ଟିମ୍ ଝାରସୁଗୁଡ଼ା ରେ ପହଞ୍ଚିବା ପରେ ଏକ ହୋଟେଲରେ ସମୃକ୍ତ ସମିତି ସଭ୍ୟ ଓ ସରପଞ୍ଚଙ୍କୁ ନେଇ ଘଟଣା ସମ୍ପର୍କରେ ସବିଶେଷ ତଦନ୍ତ ଆରମ୍ଭ ହୋଇଛି।

ଏହି ବୈଠକ ପରେ ଯେଉଁ ନିଷ୍କର୍ଷ ବାହାରିବ ତାହା ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଜଣାଇଦିଆଯିବ ବୋଲି ସୂଚନା ମିଳିଛି ।ଏହି ଟିମ୍ ରେ ପ୍ରତାପ ଜେନା, ନିରଞ୍ଜନ ପୂଜାରୀ, ଅତନୁ ସବ୍ୟସାଚୀ ନାୟକ, ଦେବେଶ ଆଚାର୍ଯ୍ୟ,ସୁଦର୍ଶନ ହରିପାଲ, ଅଳକା ମହାନ୍ତି, ଦୀପାଳି ଦାସ ଓ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଅଛନ୍ତି।

ad-week
Leave A Reply

Your email address will not be published.