ଦୁଇରୁ ଅଧିକ ସନ୍ତାନ ଥିଲେ ହିଁ ପଞ୍ଚାୟତ, ପୌର ନିର୍ବାଚନ ଲଢିପାରିବ : ଚନ୍ଦ୍ରବାବୁ

add-all

ବିଶାଖାପାଟଣା: ଦିନ ଥିଲା ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କୁ ପଞ୍ଚାୟତ କିମ୍ବା ପୌର ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆଯାଉନଥିଲା। କିନ୍ତୁ ଏବେ ସମୟ ବଦଳିଯାଇଛି । ଏବେ ଅଧିକ ସନ୍ତାନ ଥିବା ଲୋକଙ୍କୁ ହିଁ ନିର୍ବାଚନ ଲଢିବାକୁ ଅନୁମତି ମିଳିବାକୁ ଯାଉଛି ।
ଆନ୍ଧ୍ରପ୍ରଦେଶରେ ଏବେ ଲାଗୁ ହେବ ଏକ ନିଆରା ନିୟମ । ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଏପର୍ଯ୍ୟନ୍ତ କମ୍ ସନ୍ତାନ ଜନ୍ମ ପାଇଁ ନୀତି ଗ୍ରହଣ କରାଯାଉଥିଲା । କିନ୍ତୁ ଆନ୍ଧ୍ରପ୍ରଦେଶରେ ଏବେ ଅଧିକ ସନ୍ତାନ ଜନ୍ମ ଉପରେ ଗୁରୁତ୍ୱ ଦିଆଯାଉଛି । ନିଜେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ ଜଣେ ବ୍ୟକ୍ତି ଦୁଇରୁ ଅଧିକ ସନ୍ତାନ ଥିଲେ ହିଁ ସରପଞ୍ଚ, ମ୍ୟୁନିସିପାଲିଟି କାଉନସିଲର କିମ୍ବା ମେୟର ହୋଇପାରିବେ।
ଏହା ଦ୍ୱାରା ଜନସଂଖ୍ୟା ହ୍ରାସକୁ ରୋକାଯାଇପାରିବ ବୋଲି ସେ ସଙ୍କେତ ଦେଇଛନ୍ତି। ଲୋକଙ୍କୁ ଅଧିକ ସନ୍ତାନ ଜନ୍ମ ପାଇଁ ପ୍ରୋତ୍ସାହିତ କରିବା ପାଇଁ ସେ ନୀତି ଆଣିବେ ବୋଲି ନାଇଡୁ କହିଛନ୍ତି। ଏକ ସମୟ ଥିଲା ଯେତେବେଳେ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କୁ ପଞ୍ଚାୟତ (ନିର୍ବାଚନ) କିମ୍ବା ସ୍ଥାନୀୟ ସଂସ୍ଥା ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆଯାଉନଥିଲା। ଏବେ ମୁଁ କହୁଛି, କମ୍ ସନ୍ତାନ ଥିବା ବ୍ୟକ୍ତି ମାନେ ନିର୍ବାଚନ ଲଢ଼ିପାରିବେ ନାହିଁ। ଯଦି ଆପଣଙ୍କର ଦୁଇରୁ ଅଧିକ ସନ୍ତାନ ଅଛନ୍ତି ତେବେ ହିଁ ଆପଣ ସରପଞ୍ଚ, ମ୍ୟୁନିସିପାଲିଟି କାଉନସିଲର, ନିଗମ ସଭାପତି କିମ୍ବା ମେୟର ହେବେ । ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ପ୍ରାୟ ୧୫ ବର୍ଷ ମଧ୍ୟରେ ଉତ୍ତର ଭାରତ ସ୍ଥିର ପ୍ରଜନନ ହାରର ଲାଭ ହରାଇପାରେ।

ad-week
Leave A Reply

Your email address will not be published.