ପୁଣି ପାଣ୍ଡିଆନ ସକ୍ରିୟ! ଶଙ୍ଖ ଭବନରେ ଚାଲିଛି ବଡ଼ ପ୍ଲାନ

add-all

ଭୁବନେଶ୍ୱର,୧୬।୧: ପୁଣି ସକ୍ରିୟ ହୋଇ ଉଠିଲେଣି କାର୍ତ୍ତିକ ପାଣ୍ଡିଆନ। ଏବେ ନବୀନ ନିବାସରେ ଚାଲୁନି ନବୀନ ଦରବାର। ଏବେ ପୁଣି ପାଣ୍ଡିଆନଙ୍କ ହୁକୁମ ଚାଲିଲାଣି। ବିଜେଡିର ସାଂଗଠନିକ କାର୍ଯ୍ୟ ସମ୍ପର୍କରେ ସେ ଏବେ ନେମାଙ୍କ ସହ ଆଲୋଚନା କରୁଛନ୍ତି। ତେବେ ଏସବୁ ପୁଣି କ’ଣ ରାଜନୀତିକୁ ଫେରିବାର ସଙ୍କେତ ଦେଉଛି? କ’ଣ ପୁଣି ରାଜନୀତିରେ ସକ୍ରିୟ ହେବେ ପାଣ୍ଡିଆନ। ଏହାକୁ ନେଇ ଜୋର ଧରିଲାଣି ଓଡ଼ିଶା ରାଜନୀତି। ଦଳୀୟ ନେତାଙ୍କ ସହ ଆଲୋଚନା କରିବା ଆଉ ଲୁଚାଛପାରେ ନୁହେଁ ଏବେ ଖୁଲମଖୁଲା ଚାଲିଲାଣି। ତେବେ ଏହି ଚର୍ଚ୍ଚା ଭିତରେ ମୁହଁ ଖୋଲିଛନ୍ତି BJP ବିଧାୟକ ଅଶୋକ ମହାନ୍ତି।

ସେ କହିଛନ୍ତି, ପାଣ୍ଡିଆନ ପୁଣି ସକ୍ରିୟ ରାଜନୀତିକୁ ଆସିଲେ ଭଲ ହେବ। ୨୪ରେ ସାମ୍ନାକୁ ଆସି BJDର ଯାହା ଅବସ୍ଥା ହେଲା, ପୁଣି ସାମ୍ନାକୁ ଆସିଲେ BJP ୨୫ ବର୍ଷ ଯାଏ ଶାସନ କରିବ। ବର୍ତ୍ତମାନ ଓଡ଼ିଆ ଅସ୍ମିତା ଉପରେ ଲୋକ ବିଶ୍ୱାସ କରୁଛନ୍ତି।

ଅନ୍ୟପଟେ ବରିଷ୍ଠ ବିଜେଡ ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି, ଦଳର ସଙ୍ଗଠନ ଚାଲିଛି, ନୂଆ ଭାବନା ନେଇ BJD ଚାଲିଛି। ବିଜେଡି ପିଏମଜିରେ ଶକ୍ତି ପ୍ରଦର୍ଶନ କରୁଛି। ବିଜେଡିର ସବୁ ନେତା ଏକଜୁଟ ହୋଇଛନ୍ତି। ନବୀନ ନିବାସରେ ସମସ୍ତେ ନବୀନଙ୍କୁ ଭେଟୁଛନ୍ତି।

ad-week
Leave A Reply

Your email address will not be published.