ଛତିଶଗଡ ଏନ୍‌କାଉଣ୍ଟର: ବଢିଲା ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା

add-all

ମାଲକାନଗିରି: ଗତ ୧୬ ଜାନୁଆରୀରେ ବିଜାପୁର- ସୁକୁମା ଜଙ୍ଗଲରେ ଘଟିଥିବା ଏନ୍‌କାଉଣ୍ଟରରେ ୧୨ ନୁହେଁ ବରଂ ୧୮ ଜଣ ମାଓବାଦୀ ନିହତ ହୋଇଛନ୍ତି । ପ୍ରେସ୍‌ ରିଲିଜ୍‌ରେ ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣ ବସ୍ତର ଡିଭିଜିନାଲ୍ ସଚିବ । ଏନ୍‌କାଉଣ୍ଟରରେ ମାଓ ନେତା ଦାମଦରର ମଧ୍ୟ ମୃତ୍ୟୁ ହୋଇଛି । ଏନ୍‌କାଉଣ୍ଟରରେ ଦାମଦରର ମୃତ୍ୟୁ ହୋଇଥିବା ନେଇ ଦାବି କରୁଛି ମାଓ ସଂଗଠନ ।

ଗତ ଗୁରୁବାର ଦିନ ସୁକୁମା ବିଜାପୁର ସୀମାବର୍ତ୍ତୀ କାଂକେରଲଙ୍କା ଜଂଗଲରେ ଏନକାଉଣ୍ଟର ଘଟି ୧୨ ମାଓବାଦୀଙ୍କ ମୃତଦେହ ସହ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ ଯବାନ। ତେବେ ଗତ ଗୁରୁବାର ଦିନ ହୋଇଥିବା ଏନକାଉଣ୍ଟରରେ ଦାମୋଦରର ମୃତ୍ୟୁ ହୋଇଥିବା ନେଇ ସ୍ଵୀକାର କରିଛି ମାଓ ସଂଗଠନ। ଟପ ମାଓ ନେତା ଦାମଦର ଥିଲେ ମାଓ ସଙ୍ଗଠନର ମାଓ କମାଣ୍ଡର, ଷ୍ଟେଟ କମ୍ମିଟି ମେମ୍ବର ଏବଂ ତେଲେଙ୍ଗାନା ଷ୍ଟେଟ କମ୍ମିଟି ମୁଖ୍ୟ । ତାଙ୍କ ମୁଣ୍ଡ ଉପରେ ଥିଲା ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା ।

ସେପଟେ ଗତକାଲି ଛତିଶଗଡ଼ ବିଜାପୁର ଜିଲ୍ଲାରେ ବିରାଟ ବଙ୍କର ଠାବ କରିଥିଲେ ସୁରକ୍ଷାକର୍ମୀ । ଏହି ବଙ୍କର ସାହାଯ୍ୟରେ ଟପ୍ ମାଓନେତା ହିଡମା ଖସିଯାଇଥିବା ନେଇ ସନ୍ଦେହ କରାଯାଉଛି । ଗତ ଗୁରୁବାର ଏନକାଉଣ୍ଟର ପରେ ଜୋରଦାର ସର୍ଚ୍ଚ ଅପରେସନ ଚାଲିଥିଲା । ଏହି ସମୟରେ ଏକ ବଙ୍କର ଠାବ ହୋଇଥିଲା । ତେବେ ବଙ୍କର୍ ଭିତରୁ ମାଓବାଦୀ ଖସି ପଳାଇଥିବାବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିଲା ।

ad-week
Leave A Reply

Your email address will not be published.