କଟକ ସହରରେ ପୁଣି ଜବର ଦଖଲ ଉଚ୍ଛେଦ, ଆଜି ୨୦ ରୁ ଅଧିକ ବେଆଇନ ନିର୍ମାଣ ଭାଙ୍ଗିଛି ପ୍ରଶାସନ

add-all

କଟକ : କଟକ ସହରରେ ପୁଣି ଦେଖିବାକୁ ମିଳିଛି ଜବର ଦଖଲ ଉଚ୍ଛେଦ । ଖାନନଗର ପେଟ୍ରୋଲ ପମ୍ପ ଠାରୁ ମାଛ ଗୋଦାମ ପର୍ଯ୍ୟନ୍ତ ରାସ୍ତା କଡ଼କୁ ଲାଗି କରିଥିବା ବେଆଇନ ନିର୍ମାଣ ଉଚ୍ଛେଦ କରୁଛି କଟକ ମହାନଗର ନିଗମ । ପୂର୍ତ୍ତ ବିଭାଗ ଅଧୀନସ୍ଥ ଏକ ପ୍ରକଳ୍ପ କାର୍ଯ୍ୟ ପାଇଁ ଏହି ଉଚ୍ଛେଦ କରାଯାଉଥିବା ସୂଚନା ମିଳିଛି ।

ବହୁ ବର୍ଷ ପୁରୁଣା ଘରଗୁଡ଼ିକର ସରକାରୀ ଜମିରେ ଥିବା ବେଆଇନ ନିର୍ମାଣ ଅଂଶଗୁଡିକ ଭାଙ୍ଗିଛି ପ୍ରଶାସନ ।  ଏହି ଉଚ୍ଛେଦ ପ୍ରକ୍ରିୟାରେ ସି ଏମ ସି ଏନଫର୍ସମେଣ୍ଟ ଟିମ୍, କମିଶନରେଟ ପୋଲିସ ସାମିଲ ହୋଇଥିଲେ । ସିଏମସିର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।  ଆଜି ୨୦ ରୁ ଅଧିକ ବେଆଇନ ନିର୍ମାଣ ଭାଙ୍ଗିଛି ପ୍ରଶାସନ ।  ଏହି ଉଚ୍ଛେଦ ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି ସୂଚନା ମିଳିଛି ।

ତେବେ ଆମେ କୌଣସି ପ୍ରକାର ଉନ୍ନତିମୂଳକ,ବିକାଶ ପ୍ରକ୍ରିୟାକୁ ବିରୋଧ କରୁ ନାହୁଁ,କିନ୍ତୁ ଖୁବ୍ ଅଳ୍ପ ସମୟର ସୂଚନାରେ ବେଆଇନ ନିର୍ମାଣ ଭଙ୍ଗାଯିବ ବୋଲି ନୋଟିସ ଦିଆଗଲା, ଅଧିକ ସମୟ ଦିଆଯିବା ଉଚିତ୍ ଥିଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଅନ୍ୟପଟେ ଯଥେଷ୍ଟ ପୂର୍ବରୁ ଏ ନେଇ ସୂଚନା ଦିଆଯାଇ ଥିବା ସି ଏମ ସି ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.