ଡବ୍ଲ୍ୟୁଏଚଓ କୋଭିଡ୍-୧୯ ମହାମାରୀର ସଠିକ୍ ମୁକାବିଲା କରିପାରିଲା ନାହିଁ : ଟ୍ରମ୍ପ

add-all

ନୂଆଦିଲ୍ଲୀ: ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବିଶ୍ୱର ପ୍ରମୁଖ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ରୁ ସେ ନିଜ ଦେଶକୁ ଅଲଗା କରିଛନ୍ତି । ଶପଥ ଗ୍ରହଣ କରିବାର ପ୍ରାୟ ୮ ଘଣ୍ଟା ପରେ ଜାରି ହୋଇଥିବା ଏକ କାର୍ଯ୍ୟକାରୀ ନିର୍ଦ୍ଦେଶନାମାରେ ଡୋନାଲ୍ଡ ଟ୍ରମ୍ପ ଆମେରିକା ପ୍ରତ୍ୟାହାର ପାଇଁ ଅନେକ କାରଣ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ଡବ୍ଲ୍ୟୁଏଚଓ କୋଭିଡ୍-୧୯ ମହାମାରୀର ସଠିକ୍ ମୁକାବିଲା କରିପାରିଲା ନାହିଁ। ଆବଶ୍ୟକ ସଂସ୍କାରକୁ ତୁରନ୍ତ ଗ୍ରହଣ କରିବାରେ ସଂଗଠନ ବିଫଳ ହୋଇଛି ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି। ଡବ୍ଲ୍ୟୁଏଚ୍ଓ ଚଳାଇବା ପାଇଁ ଆମେରିକା ଅତ୍ୟଧିକ ଟଙ୍କା ଦେଉଥିବା ବେଳେ ଚୀନ୍ ଭଳି ଦେଶ କମ୍ ଟଙ୍କା ଦେଉଛନ୍ତି ବୋଲି ସେ କହିଛନ୍ତି।

ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ଏହି ପଦକ୍ଷେପ ବିଶ୍ୱର ନେତା ଭାବରେ ଆମେରିକାର ଖ୍ୟାତିକୁ କ୍ଷୁଣ୍ଣ କରିବ। ଏହାବ୍ୟତୀତ ପରବର୍ତ୍ତୀ ମହାମାରୀ ସହ ଲଢ଼ିବା ଆମେରିକା ପାଇଁ କଷ୍ଟକର ହୋଇପଡ଼ିବ। ତେବେ ଡୋନାଲ୍ଡ ଟ୍ରମ୍ପଙ୍କ ଏହି ପଦକ୍ଷେପ ଅପ୍ରତ୍ୟାଶିତ ନୁହେଁ। ଟ୍ରମ୍ପ ୨୦୨୦ରୁ ଡବ୍ଲ୍ୟୁଏଚ୍ଓ ବିରୋଧରେ ସ୍ୱର ଉତ୍ତୋଳନ କରିଆସୁଛନ୍ତି। ଏହା ପୂର୍ବରୁ ସେ କରୋନା ଭାଇରସ୍ ମହାମାରୀ ବିରୋଧରେ ଏଜେନ୍ସିର ଆଭିମୁଖ୍ୟ ଉପରେ ଆକ୍ରମଣ କରିଥିଲେ ଏବଂ ଆମେରିକାରୁ ପାଣ୍ଠି ବନ୍ଦ କରିବାକୁ ଧମକ ଦେଇଥିଲେ। ଜୁଲାଇ ୨୦୨୦ରେ ଟ୍ରମ୍ପ ଏଜେନ୍ସିରୁ ଓହରିଯିବା ପାଇଁ ଆନୁଷ୍ଠାନିକ ପଦକ୍ଷେପ ନେଇଥିଲେ। କିନ୍ତୁ ୨୦୨୦ ନିର୍ବାଚନହାରିବା କାରଣରୁ ଏହି ଧମକ ପୂରଣ ହୋଇପାରିନଥିଲା। 

ad-week
Leave A Reply

Your email address will not be published.